ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଡ଼ାରୀ ଠାରେ କାର୍ଯ୍ୟରତ ଫରେଷ୍ଟ ରେଞ୍ଜର ସୁକୁମାର ଦୁଃଖୁଙ୍କୁ ଓଡିଶା ଭିଜିଲାସନ୍ସ ଗିରଫ କରିଛି | ସେ ଗୁଡ଼ାରୀ ସରକାରୀ ବାସଭବନ ଠାରୁ ନିଜ ଘର ନବରଙ୍ଗପୁର ଜିଲ୍ଲାର ସେନାପତି ସାହିକୁ ନିଜସ୍ୱ ଗାଡ଼ି ଓ ଡ଼ି ୧୮ କେ ୭୦୪୧ ଯୋଗେ ଯାଉଥିବା ବେଳେ ୨ଲକ୍ଷ ୩୪ହଜାର ୮୦୦ଟଙ୍କା ସହ ଭିଜିଲାସନ୍ସ ଟିମ ଇନ୍ଦ୍ରାବତୀ ବ୍ରିଜ ନିକଟରେ ଧରିଥିଲେ । ପରେ ତାଙ୍କ ବାସ ଭବନ, କାର୍ଯ୍ୟାଳୟ ପରି ତିନଟି ସ୍ଥାନରେ ଅଧିକ ତଦନ୍ତ କରୁଛନ୍ତି ଭିଜିଲାସନ୍ସର ତିନଟି ଟିମ | ସେ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଞ୍ଜର ଭାବେ କାର୍ଯ୍ୟ କରିଛନ୍ତି ତେଣୁ ସମସ୍ତ ତଥ୍ୟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି |





