ବିଷ୍ଣୁ ନାଏକ ହେଲେ କଳାହାଣ୍ଡି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଥୁଆମୂଳ ରାମପୁର ଅଞ୍ଚଳରେ ଜଣେ ଉଦୀୟମାନ ନେତୃତ୍ୱ ବିଷ୍ଣୁ ନାଏକ କଳାହାଣ୍ଡି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଭାବେ ମନୋନୀତ ହୋଇଛନ୍ତି । ବିଷ୍ଣୁ ନାଏକ ୨୦୧୪ ମସିହାରେ ଦଳର ସକ୍ରିୟ ସଦସ୍ୟତା ଗ୍ରହଣ କରିଥିବା ବେଳେ, ପୂର୍ବରୁ ବିଜେପିର କଳାହାଣ୍ଡି ଜିଲ୍ଲା ସଂପାଦକ, ଥୁଆମୂଳ ରାମପୁର ବ୍ଲକର ସାଂସଦ ପ୍ରତିନିଧି ଭାବେ ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇଥିଲେ । ଏଥି ସହିତ ଶ୍ରୀ ନାଏକ ଟେଲିକମ ସଦସ୍ୟ ଥିବା ବେଳେ, ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଅଞ୍ଚଳରେ ୫୬୦ ଟି ଜିଓ ଏବଂ ବିଏସ୍ଏନ୍ଏଲ୍ ଟାୱାର ନିର୍ମାଣରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ସେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିଲେ, ରକ୍ତଦାନ ଶିବିର ଆୟୋଜନ କରୁଥିଲେ,କମ୍ବଳ ବଣ୍ଟନ ପାଇଁ ସେ ସର୍ବଦା ଚେଷ୍ଟିତ ରହି ଆସୁଥିବା ବେଳେ, ଅଞ୍ଚଳରେ ୪ ଗୋଟି କଳା ମହାବିଦ୍ୟାଳୟ ବ୍ୟବସ୍ଥା ପାଇଁ ଆପ୍ରାଣ ଉଦ୍ୟମ କରିବାରୁ ତାହା ସଫଳ ହୋଇ ପାରିଥିଲା । ବର୍ତ୍ତମାନ ବିଷ୍ଣୁ ନାଏକ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ଚୟନ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିବାରେ ଲାଗିଛି । ଶ୍ରୀ ନାଏକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପ-ସଭାପତି ଭବେନ୍ଦ୍ର କୁମାର ପଣ୍ଡା ସମେତ ସମସ୍ତ ବିଜେପି ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.