ବାଲେଶ୍ୱର ଗଡ଼ଗଡ଼ିଆ ଛକ ଦୁର୍ଗାପୂଜା : ନିଆରା ପରମ୍ପରା ସିନ୍ଦୂର ଖେଳ

ଭସାଣିରେ ଶତାଧିକ ମହିଳାଙ୍କ ଏକବର୍ଣ୍ଣି ଶାଢ଼ୀ ସୃଷ୍ଟି କରେ ଅନନ୍ୟ ଦୃଶ୍ୟ

ବାଲେଶ୍ୱର,୪/୧୦(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଗଡ଼ଗଡ଼ିଆ ଛକ ମଣ୍ଡପରେ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଗଡ଼ଗଡ଼ଇା ସାର୍ବଜନୀନ ଦୁର୍ଗାପୂଜା। ଆଠ ବର୍ଷ ଛୁଇଁଛି ଏ ପୂଜାକୁ। କର୍ମକର୍ତ୍ତାଗଣ ପୂଜାକୁ ନେଇ ବେଶ୍ ଉତ୍ସାହିତ। ଏବର୍ଷ ପୂଜା ବାବଦରେ ଖର୍ଚ୍ଚ ହେବ ତିନି ଲକ୍ଷ ଟଙ୍କା। ତେବେ ଏଠାରେ ହେଉଥିବା ପୂଜାର ଭସାଣି ଉତ୍ସବ ଟିକେ ନିଆରା। ମେଢ ବିସର୍ଜନ ବେଳେ ମହିଳାମାନେ ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଶୋଭାଯାତ୍ରାରେ ଯିବାବେଳେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ।

Omkar Vasthu
Omkar Vasthu

ସୁନ୍ଦର ଆଲୋକମାଳା ଓ ମନଲୋଭା ତୋରଣରେ ଏବେ ହସିଉଠୁଛି ବାଲେଶ୍ୱର ସହରର ପୂଜା ମଣ୍ଡପସବୁ। ଅଭୟଦାୟିନୀ ମାଆ ଦୁର୍ଗାଙ୍କୁ ଆବାହନ ଲାଗି ପ୍ରସ୍ତୁତି ପହଂଚିଛି ଶେଷ ପର୍ଯ୍ୟାୟରେ। ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମନୋନିବେଶ କରିଛନ୍ତି କାରିଗର।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

୨୦୧୨ ମସିହାରେ ଗଡ଼ଗଡ଼ଇା ଅଞ୍ଚଳର ଶାନ୍ତନୁ କୁମାର ଦାସ, ସୁଧାସିନ୍ଧୁ ପଣ୍ଡା, ଅନୁପ କୁମାର ଦାସ, ଗଜେନ୍ଦ୍ର ଦାସ, ସନ୍ଦୀପ୍ତ ଦାସ, ଚନ୍ଦନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଅାରମ୍ଭ ହୋଇଥିଲା। ଦୁର୍ଗତିନାଶିନୀଙ୍କ ସାର୍ବଜନୀନ ପୂଜା ସମୟକ୍ରମେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ମା’ଙ୍କ ପୂଜାରେ ନିଜକୁ ସାମିଲ କରାଇଲେ। ପ୍ରଥମ ବର୍ଷର ବଜେଟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଥିଲା। କମିଟିର ପ୍ରଥମ ସଭାପତି ଭାବେ ଶାନ୍ତନୁ କୁମାର ଦାସ ଏବଂ ସମ୍ପାଦକ ଭାବେ ସୁବ୍ରତ କୁମାର ଦାସ ଦାୟିତ୍ୱ ତୁଲାଇଥିଲେ। ଚଳିତ ବର୍ଷର ସଭାପତି ଭାବେ ସୁବ୍ରତ ଦାସ ଏବଂ ସମ୍ପାଦିକା ସଂଘମିତ୍ରା ମହାନ୍ତି କାର୍ଯ୍ୟ ନିର୍ବାହ କରୁଛନ୍ତି। ବର୍ତ୍ତମାନ କମିଟିର ସଦସ୍ୟ ସଂଖ୍ୟା ୬୦। ପୂଜା ବାବଦ ଟଙ୍କା ସଭ୍ୟ ଚାନ୍ଦା ଏବଂ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅାଦାୟ କରାହୁଏ।
ଏ ବର୍ଷର ପୂଜା ବାବଦ ବଜେଟ୍ ଅଛି ୩ ଲକ୍ଷ ଟଙ୍କା। ଏଥିରେ ମୂର୍ତ୍ତି ବାବଦ ୩୦ ହଜାର ଟଙ୍କା, ତୋରଣ ବାବଦ ୧ ଲକ୍ଷ ୭୦ ହଜାର ଟଙ୍କା, ପ୍ରସାଦ ସେବନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର କରାଯାଇଛି ।

ଚଳିତ ବର୍ଷର ମୂର୍ତ୍ତି ପଶ୍ଚିମବଙ୍ଗର କାରିଗର ତପନ କୁମାର ଶାହା ତିଆରି କରୁଥିବା ବେଳେ ୪ ଜଣ କାରିଗର ମୂର୍ତ୍ତି ତିଆରିରେ ନିୟୋଜିତ ହୋଇଛନ୍ତି। ଏଥର ରାଜପ୍ରାସାଦ ଶୈଳୀରେ ତୋରଣ ନିର୍ମିତ ହୋଇଛି। ଅଷ୍ଟମୀ ଓ ନବମୀ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହିତ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାହେବ। ମଣ୍ଡପରେ ଅଭୟଦାୟିନୀଙ୍କ ପୂଜା ପାଇଁ ୪ଜଣ ବେଦଜ୍ଞ ବ୍ରାହ୍ମଣ ନିୟୋଜିତ ହୋଇଥାନ୍ତି। ୪୦ ରୁ ୫୦ କିଲୋ କାଠ ଓ ପ୍ରାୟ ୧୫ ଲିଟର ଘିଅ ପୂଜାରେ ବ୍ୟବହୃତ ହୁଏ। ଘଟ ଉତ୍ତୋଳନ ବାଲିଘାଟରୁ ଓ ମୂର୍ତ୍ତି ବିସର୍ଜନ ମଧ୍ୟ ବାଲିଘାଟରେ ହୋଇଥାଏ। ଏହି ମଣ୍ଡପର ବିଶେଷତ୍ୱ ହେଉଛି ଦଶହରା ଦିନ ବିସର୍ଜନ ପରେ ଶତାଧିକ ମହିଳା ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଭସାଣି ଉତ୍ସବରେ ସାମିଲ ହୁଅନ୍ତି। ତା ସହ ସିନ୍ଦୁର ଖେଳ ମଧ୍ୟ ଏକ ଆକର୍ଷଣ। ଭସାଣି ଦିନ ୨ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମ୍ପନ୍ନ ହୁଏ।

“ଆମର ଏଇ ପୂଜାରେ ମୁସଲମାନ୍ ସଂପ୍ରଦାୟର ଲୋକମାନେ ଚାନ୍ଦା ଦେବା ସହ ପୂଜାରେ ମଧ୍ୟ ସାମିଲ୍ ହୋଇଥାନ୍ତି। ତା’ଛଡ଼ା ଶାନ୍ତିଶୃଙ୍ଖଳା ଓ ଭାଇଚାରାକୁ ଆମେ ବିଶେଷ ଧ୍ୟାନ ଦେଇଥାଉ। ପ୍ରଶାସନର ନିୟମକୁ ମଧ୍ୟ ସମ୍ମାନ ଦେଉ” ବୋଲି କମିଟିର ଉପ-ସଭାପତି ସନ୍ଦୀପ୍ତ ଦାସ କହିଛନ୍ତି ।

“ଭସାଣି ଉତ୍ସବରେ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ଡିଜେ ସାଉଣ୍ଡ୍ ପରିବର୍ତ୍ତେ ପାରମ୍ପରିକ ବାଦ୍ୟ ଓ ନୃତ୍ୟକୁ ଗୁରୁତ୍ୱ ଦିଆଯିବ” ବୋଲି କମିଟିର ସଭାପତି ପ୍ରକାଶ କରିଛନ୍ତି।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଗୁଗଲ୍ କ୍ରୋମରେ odiabarta.in ଖୋଲି ଲାଲ୍ ବେଲ୍ ବଟନରେ ଛୁଅନ୍ତୁ ଓ ସବୁ ଖବର-ବିଚାର ନୋଟିଫିକେସନ୍ ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.