ରାଜେଶ କୁମାର ବାରିକ
ବିରହ ବେଦନା କାନକୁ ଶୁଭେନା
ଥିଲେ ଯେତେ ନିକଟରେ
ନିରିହ ଏ ଆଖି ଝରେ ଧିର ଗତି
ଲୁହ ଖାଲି ଗାଲ ଉପରେ।
ତକିଆ ଜାଣିଛି କେତେ ସେ ଭିଜିଛି
କରୁଣ ହୃଦୟ ଧାରେ
ବନ ଜଳିଗଲେ ସଭିଏଁ ଜାଣନ୍ତି୍
ମନ ଜଳେ ନୀରବରେ।
ପରଦେଶୀ ମେଘ ବଦଳିଲା ପାଗ
ମୟୁରୀର ହୃଦୟ ଭରେ
ଚାତକ ର ଆଖି ଗଲାଣି ତ ଶୁଖି
ବେଙ୍ଗ ର ବିରହ ସ୍ବରେ।
ଶ୍ରାବଣର ପାଗ ଫଗୁଣର ରଙ୍ଗ
ବୈଶାଖ କିଏ ପଚାରେ
ପ୍ରେମ ତ ଏମିତି ବୁଝିବି କେମିତି
ବିଛ୍ଛେଦରେ ମନ ଝୁରେ।
ଆଖିର ଆକାଶ ହୃଦୟ ଆଲୋକ
ମନ ତ କୋହରେ ଭରେ
ବୁଝୁକି ନବୁଝୁ ଏ ଦୁନିଆ ଥରେ
ମନ ତ ପ୍ରେମରେ ମରେ ।