ପରିମଳ ଯୋଜନା ଫେଲ୍, ଠିକାଦାରଙ୍କ ବିଲ୍ ପାସ୍ ଯୋଜନା ସଫଳ

ଜୁନାଗଡ,୧୧/୬ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ବୁଢ଼ୀଦର ଗ୍ରାମ ପଞ୍ଚାୟତର ଲାଖଣାପଡା, ବିଜରାଦର, ଦେହୀନିଗୁଡା, କୁଇଲାମୁଣ୍ଡା, ସଙ୍କରପଳା, କୁଇଲାମୁଣ୍ଡା, ସଙ୍କରପଳା, ବଦଟିକ୍ରାଗୁଡା,ବୁଢ଼ୀଦର ଆଦି ଗ୍ରାମରେ ସ୍ଵଛ ଭାରତ ଯୋଜନା ପ୍ରହସନ ପାଲିଟିଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଇଖାନା ଗୁଡିକ ବ୍ୟବହାର ଯୋଗ୍ୟ ହୋଇ ପାରି ନାହିଁ । ପାଇଖାନା ଗୁଡିକ ଛେଳି, କୁକୁଡ଼ା, ବତକ, କାଠ, ଆଦି ପାଇଁ ବ୍ୟବହାର ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପାହାଡ଼ ତଳି ଏହି ଅଂଚଳ ଗୁଡିକରେ ପରିମଳ ବ୍ୟବସ୍ଥା ଅସଂତୁଳନ ଅବସ୍ଥାରେ ପହଂଚି ଗଲାଣି । ପରିମଳ ବ୍ୟବସ୍ଥାରେ ଲଗାଯାଇଥିବା ବୋର୍ଡ ନାଆକୁ ମାତ୍ର,ବ୍ୟବହାର ଯୋଗ୍ୟ ହୋଇ ନ ଥିବାରୁ ଲୋକେ ପାଇଖାନା ବ୍ୟବହାର କରୁ ନାହାନ୍ତି । ପରିମଳ ଯୋଜନା ଫେଲ ମାରିଥିବାବେଳେ,ଠିକାଦାରଙ୍କ ବିଲ ପାସ ଯୋଜନା ସଫଳ ହୋଇଛି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି । ପାଇଖାନା ଯେନ ତେନ ପ୍ରକାରେ ନିର୍ମାଣ ସାରି ବିଲ କରି ନେବାରେ ଠିକାଦାରମାନେ ପାରଙ୍ଗମ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ଜୁନାଗଡ଼ ବ୍ଲକର ପରିମଳ ଯୋଜନା କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

Udyog Nursery
Udyogi Nursery
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.