ବାଲ୍ୟ ବିବାହ ପ୍ରସଙ୍ଗରେ ଚାଇଲ୍ଡ ଲାଇନ ଓ ପ୍ରଶାସନ ଦ୍ୱାରା ଉଦ୍ଧାର ହେଲା ନାବାଳିକା

ରାୟଗଡ,୨୧/୭: ରାୟଗଡ ଜିଲ୍ଳାରେ ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ଜିଲ୍ଳା ପ୍ରଶାସନ ଓ ଚାଇଲ୍ଡ ଲାଇନ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ସଚେତନ କରାଯାଉଥିଲେ ସୁଦ୍ଧା ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ ଏହି ପ୍ରଥା କେଉଁଠି ନା କେଉଁଠି ଜୀବିତ ରହିଥିବା ଶୁଣିବାକୁ ମିଳୁଛି । ବିଶେଷ କରି ଆଦିବାସୀ ସଂପ୍ରଦାୟର ପରମ୍ପରା ଓ ବିବାହ ବିଧି ପ୍ରକାରେ ବାଲ୍ୟ ବିବାହ ଘଟଣା ଦେଖିବାକୁ ମିଳୁଛି । ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ବଡଇରକୁବାଡି ଗ୍ରାମ ପଂଚାୟତରେ ଏକ ବାଲ୍ୟ ବିବାହ ପ୍ରସଙ୍ଗରେ ଜଣେ ନାବାଳିକାକୁ ଉଦ୍ଧାର କରିଛି ଜିଲ୍ଳା ପ୍ରଶାସନ ଓ ଚାଇଲ୍ଡ ଲାଇନ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା କୁମ୍ଭିକୋଟା ଗ୍ରାମ ପଂଚାୟତର ଜଣେ ନାବାଳିକା ରାୟଗଡ ସହରର ନଦୀକନ୍ଧ ସାହିରେ ରହୁଥିବା ସଂର୍ପକୀୟଙ୍କ ଘରେ ରହି ଏକ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବଡଇରକୁବାଡି ପଂଚାୟତର ଜଣେ ସାବାଳକ ରାୟଗଡର ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ପରେ ନାବାଳିକା ଜଣଙ୍କ ସାବାଳକ ପୁଅ ଘରକୁ ଚାଲି ଯାଇ ସେଠାରେ ଏକମାସ ଧରି ସ୍ତ୍ରୀ ଭାବେ ରହି ଆସୁଥିଲା । ତେବେ ଘଟଣା ସଂପର୍କରେ ଜଣେ ଅଙ୍ଗନୱାଡି କର୍ମୀ ଖବର ପାଇବା ପରେ ଭାରପ୍ରାପ୍ତ ସିଡିପିଓ ଶ୍ରୀମତି ମୀନାକ୍ଷୀ ଦାସଙ୍କ ସମେତ ଚାଇଲ୍ଡ ଲାଇନର କାଉନସେଲର ପି.ପୂର୍ଣ୍ଣମାସୀ,ଟିମ ସଭ୍ୟ ବିଜୟ କେତନ ସାହୁ,ଆକ୍ସନ ଏଡ ସଂସ୍ଥାର ଜିଲ୍ଳା ସଂଯୋଜକ ରତ୍ନେଶ୍ୱର ସାହୁ ଏବଂ ଶେଷଖାଲ ଥାନାର ଦୁଇ ପୋଲିସ କର୍ମଚାରୀମାନେ ବଡଇରକୁବାଡି ଗ୍ରାମ ପଂଚାୟତ ଅଧିନସ୍ଥ ସାବାଳକ ପୁଅ ଘରକୁ ଯାଇ ନାବାଳିକାକୁ ବୁଝାଇବା ସହ ପୁଅ ସମେତ ତାଙ୍କ ବାପା ଓ ମାଁଙ୍କୁ କମ ବୟସରେ ବାଲ୍ୟ ବିବାହ ଏକ ଅପରାଧ ବୋଲି ବୁଝାଇଥିଲେ । ପରେ ସେଠାରୁ ନାବାଳିକାକୁ ଅଣାଯାଇ ରାୟଗଡ ସହରର ସ୍ନେହା ସ୍ୱଧାର ଗୃହରେ ରଖାଯାଇଥିବା ବେଳେ ଶିଶୁ କଲ୍ୟାଣ ସମିତି ନିକଟରେ ବୁଧବାର ଦିନ କାଉନସେଲିଂ ପାଇଁ ଅଣାଯିବ ବୋଲି ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.