ବ୍ୟାଙ୍କରେ ପ୍ରବଳ ଭିଡ ଏପଟେ ଦିର୍ଘଦିନ ହେଲା ଏଟିଏମ୍ ବନ୍ଦ, ଗ୍ରାହକ ଅସନ୍ତୁଷ୍ଟ

ଲାଞ୍ଜିଗଡ଼,୨୪/୮: କିଛିଦିନ ହେଲା ବିଶ୍ବନାଥପୁର ସ୍ଥିତ ଭାରତୀୟ ଷ୍ଚେଟ ବ୍ୟାଙ୍କ (ଏସବିଆଇ)ରେ ପ୍ରବଳ ଭିଡ ପରିଳକ୍ଷିତ ହେଉଛି। ଆଜକୁ ପ୍ରାୟ ୨୦/୨୨ଦିନ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ବନ୍ଦ ହୋଇ ପଡିଥିବାରୁ ଟଙ୍କା ଉଠାଣ ପାଇଁ ଗ୍ରାହକମାନେ ବାଦ୍ଧ୍ୟ ହୋଇ ବ୍ୟାଙ୍କ କାଉଣ୍ଟରରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟଯେ, ବର୍ତ୍ତମାନ ନୂଆଖାଇ ମାହୋଲ ଥିବାରୁ ଗ୍ରାହକମାନେ ଟଙ୍କା ଉଠାଣ କରୁଛନ୍ତି, ଏହାସହ ଚାଷ ବାସ ଓ ଅନ୍ୟାନ୍ୟ କାମ ପାଇଁ ଟଙ୍କାର ନିହାତି ଜରୁରୀ ପଡୁଛି। ଏହି ବ୍ୟାଙ୍କ ଉପରେ ବିଶ୍ବନାଥପୁରର ବିଭିନ୍ନ ପଞ୍ଚାୟତ ଅଧିବାସୀ, ପଡୋଷୀ ରାୟଗଡା ଜିଲ୍ଲା ଅମ୍ବାଦୋଲାର ବ୍ୟବସାୟୀ ଓ ଜନସାଧାରଣ ତଥା ଦୁର୍ଗମ ଅଞ୍ଚଳବାସୀ ନିର୍ଭର କରିଥାନ୍ତି।


ଅନ୍ୟପଟେ ବିଶ୍ବନାଥପୁର ଏସବିଆଇ ଏଟିଏମ ବାରମ୍ବାର ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ହଇରାଣ ହରକତର ସାମ୍ନା କରୁଛନ୍ତି। ବର୍ତ୍ତମାନ ନୂତନ ଏଟିଏମ ମସିନ ଆସିଥିବା ଜଣାପଡିଛି, ତେବେ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଦିର୍ଘ ସମୟଧରି ଏଟିଏମ ବନ୍ଦ ରହୁଥିବା ଓ ବ୍ୟାଙ୍କରେ ପ୍ରବଳ ଭିଡ ଯୋଗୁଁ ଲୋକେ ଅତିଷ୍ଠ ହୋଇ ସାରିଲେଣି। ଯଦି ଆଗକୁ ଏହି ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ନଆସେ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଦ୍ଧ୍ୟ ହେବୁ ବୋଲି ଅନେକ ଗ୍ରାହକ ମତ ପ୍ରକାଶ କରିଛନ୍ତି। ତେଣୁ ଏ ଦିଗରେ ବ୍ୟାଙ୍କ କତୃପକ୍ଷ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ ନିଲେଶଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.