ଡିଜିଟାଲ ପ୍ଲାଟଫର୍ମରେ ଜୁହାରଭେଟ ସମ୍ପନ୍ନ କଲେ ଧଅଁରାମାଲର ଯୁବଗୋଷ୍ଠୀ

କଳାହାଣ୍ଡି,୨୭/୮: କୃତଜ୍ଞତା ଓ ଭାଇଚାରାର ମହାପାର୍ବଣ ନୂଆଖାଇ ସବୁ ବର୍ଷ ପଞ୍ଚମୀ ତିଥିରେ ପାଳିତ ହେଉଥିଲେ ହେଁ ଏଥର ଦଶମୀ ତିଥିରେ ମନେଇଛନ୍ତି ଧଅଁରାମାଲ ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଂଚାୟତ ଅନ୍ତର୍ଗତ ଧଅଁରାମାଲ ଗ୍ରାମରେ ଏଥର ପଞ୍ଚମୀ ପରିବର୍ତ୍ତେ ଦଶମୀରେ ନୂଆଖାଇ ସମ୍ପନ୍ନ ହୋଇଛି। ତେବେ କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି ଗାଁର ଯୁବଗୋଷ୍ଠୀ। ଅପରାହ୍ନରେ ଜୁହାରଭେଟ କାର୍ଯ୍ୟକ୍ରମରେ ବେଶୀଲୋକ ଠୁଳହେବାକୁ ଦୂରେଇବା ପାଇଁ ଡିଜିଟାଲ ମାଧ୍ୟମରେ ଏହାକୁ ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମ ଗାଁ ଭାବେ ସରକାରୀ କୋଭିଡ ନିର୍ଦେଶନାମା ଅନୁଯାୟୀ ଜନ ସମାଗମକୁ କମେଇବା ଉଦ୍ଦେଶ୍ୟରେ ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ଲେଖକ ଡିଲେଶ୍ୱର ରଣାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଁର ଯୁବଗୋଷ୍ଠୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଫଳରେ ଗାଁର କୌଣସି ସ୍ଥାନରେ ଜନଗହଳି ଦେଖାଦେଇନଥିଲା। ଏହି କାର୍ଯ୍ୟକ୍ରମରେ ଗୀତ, କଥା, ଢଗ ତଥା ଅନୁଭୂତି ବାଣ୍ଟିବା ସହ ଯୁବକମାନେ ଆଗାମୀ ୨୯ରେ ହେବାକୁ ଥିବା କୋଭିଡ ପରୀକ୍ଷଣ ପାଇଁ ସହଯୋଗ କରିବା ପାଇଁ ଆଲୋଚନା କରିଥିଲେ। ଏଥିରେ ହେମନ୍ତ ପୁଟେଲ, ଫକୀର ପଟ୍ଟନାୟକ, ମକୁନ୍ଦ ବାଗ, ଯେମନ୍ତ ପୁଟେଲ, ଭୀଷ୍ମ କରୁଆଁ, ସୀତାରାମ ପୁଟେଲ, ମାନସ ହାତୀ,ପ୍ରେମ କୁମାର, ଫିରୋଜ ପଟ୍ଟନାୟକ, ସୁମନ୍ତ କୁମାର ପ୍ରମୁଖ ଯୋଗ ଦେଇଥିଲେ। ନୂଆଖାଇ ଫିକା ଫିକା ଲାଗୁଥିଲେ ବି କୋଭିଡରୁ ସୁରକ୍ଷିତ ରହିବା ପାଇଁ ଏହା ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.