କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ, ହରିପୁର ରୋଡ଼ କଟକ ଶାଖା – ୧ ଶିକ୍ଷକ ସଂଘ ତରଫରୁ ଶିକ୍ଷକ ନିର୍ମଳପୁର୍ଣ୍ଣ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ମୋଟେର ପ୍ରାଥମିକ ବିଦ୍ୟାଳୟ ଠାରେ କୋଭିଡ ନିୟମକୁ ପାଳନ କରି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଗୁରୁଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ସଙ୍ଘର ସମ୍ପାଦକ ଭୁରିଶ୍ରବା ଜାଲ, ରାମନାରାୟଣ ପୂଝାରୀ, ଚନ୍ଦ୍ରମଣି ବେମାଲ, ସରୋଜ ପଣ୍ଡା, ଦୁଲ୍ଲଭ ପୂଝାରୀ, ଯୁଗେଶ୍ବର ସାଗର, ଜଗନ୍ନାଥ ଜାଲ, ସୁବାସ ବାଗ, ସୁନୀଲ ଦାସ, ଦିଲୀପ ସାହୁ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଗୋବର୍ଦ୍ଧନ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in