ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର କଲେଜ ରାସ୍ତାର ଡିସିବି ବ୍ୟାଙ୍କ ନିକଟରେ ଥିବା ବିଶ୍ୱାଳ କିରାନା ଦୋକାନରେ ରାତି ପ୍ରାୟ ତିନି ଟା ରେ ନିଆଁ ଲାଗି ଧୂଆଁ ବାହାରୁ ଥିବା ସେହି ରାସ୍ତା ଦେଇ ପେଟ୍ରୋଲିଂରେ ଯାଉଥିବା ପୋଲିସ ଦେଖିବା ପରେ ସମ୍ପୃକ୍ତ ଦୋକାନ ମାଲିକକୁ ଖବର ଦେବା ସହ ଅଗ୍ନିସମ ବିଭାଗକୁ ମଧ୍ୟ ଖବର ଦେଇ ଥିଲେ, ଅଗ୍ନିସମ ବିଭାଗ ଆସି ନିଆଁକୁ ଆୟତ୍ତ କରି ଥିଲେ ମଧ୍ୟ ସେତେ ବେଳକୁ ଦୋକାନରେ ଥିବା ସାମଗ୍ରୀରୁ ଅଧିକାଂଶ ଜଳି ସାରିଥିଲା । ସଟସର୍କିଟ ଯୋଗୁ ଏହି ଅଗ୍ନି କାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରି ପୋଡି ପାଉଁଶ ହୋଇଯାଇଛି ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in