ଗଡିଲା ଏମଜିଏନଆରଇଜିଏସର ସଚେତନତା ରଥ

ଦାଦନ ମୁକ୍ତ ପାଇଁ ପଞ୍ଚାୟତ ସମିତିର ଦୃଢ ନିଷ୍ପତ୍ତି

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏହି ଯୋଜନାରେ ଅଧିକ କାର୍ଯ୍ୟ କରି ଲାଭବାନ ହୋଇଥିବା ଶ୍ରମିକ କୁମଖାଲ ପଞ୍ଚାୟତର ପିତାମ୍ବର ଦଣ୍ଡସେନା ଓ ଲାଞ୍ଜିଗଡ଼ର ସୁଲପା ମାଝୀ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ରଥ ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ନିଷ୍ପତ୍ତି ନିଆଯାଇଛି।

ଏହାର ମୁଖ୍ୟ ଲକ୍ଷ୍ୟ ହେଲା ୬ ମାସ ପୂର୍ବରୁ ମହାମାରୀ କରୋନା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଅତିମାତ୍ରାରେ ପ୍ରଭାବିତ ହୋଇଥିଲା।ଫଳରେ ଅଞ୍ଚଳର ବହୁ ସଂଖ୍ୟକ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ କଷ୍ଟରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କିପରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଅଞ୍ଚଳରେ ଶତ ପ୍ରତିଶତ କାମ କରିପାରିବେ। ଯାହା ଫଳରେ ନିଜ ବ୍ଲକର ଉନ୍ନତି ହେବା ସହ ସୁଖମୟ ଜୀବନ ଯାପାନ କରିବେ। କରୋନା ଭଳି ମହାମାରୀ ଓ କୌଣସି ରୋଗ ନିଜ ଅଞ୍ଚଳରେ ପ୍ରବେଶ କରିପାରିବ ନାହିଁ ବୋଲି ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଏହି ଦୃଢ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ତଥା ସର୍ବସାଧାରଣଙ୍କ ସହଯୋଗରେ କିପରି ଲୋକଙ୍କୁ ସତ ପ୍ରତିଶତ କାମ ଯୋଗାଇ ଦିଆଯିବ ଏନେଇ ଏକତ୍ରିତ ହୋଇ କାମ କରିବାକୁ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଅନୁରୋଧ କରିଛନ୍ତି।ଏହି କାର୍ଯ୍ୟକ୍ରମ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ତଥା ବ୍ଲକ କର୍ମଚାରୀ, ଶ୍ରମିକ ଓ ସର୍ବସାଧାରଣ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.