ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନକୁ ବାଲେଶ୍ଵର ଛାତ୍ରସମାଜର ବିପୁଳ ସମର୍ଥନ

ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକୁ ବାଲେଶ୍ଵର ଜିଲ୍ଲାର ଛାତ୍ରଛାତ୍ରୀମାନେ ସମର୍ଥନ ଜଣାଇଛନ୍ତି। ଫକୀରମୋହନ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିସିଜେଡି ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ଫକୀରମୋହନ କଲେଜ୍ ପରିସରରେ ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ବ୍ୟାନର୍ ଓ ପୋଷ୍ଟର୍ ମାଧ୍ୟମରେ କ୍ୟାବିନେଟ୍ ଦ୍ଵାରା ସଂଶୋଧିତ ୧୯୮୯ ଆକ୍ଟର ବିଭିନ୍ନ ଦିଗକୁ ପ୍ରଶଂସା କରିଥିଲେ।

ବିଶେଷ କରି କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା, ଶିକ୍ଷକ ଓ ଅଣଶିକ୍ଷକ ପଦବୀ ନିଯୁକ୍ତି ଦାୟିତ୍ଵ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ୍ ଏବଂ ସର୍ଭିସ୍ ସିଲେକ୍ସନ୍ ବୋର୍ଡକୁ ଦିଆଯିବା ଦ୍ଵାରା ନିଯୁକ୍ତି ପ୍ରକ୍ରିୟା ଉପଯୁକ୍ତ ଢଙ୍ଗରେ ହେବା ସହ ବିଶ୍ଵବିଦ୍ୟାଳୟର ପ୍ରଗତି ମଧ୍ୟ ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏଥିରେ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରୁଣ କୁମାର ମହାଳିକ, ପ୍ରଦୀପ କୁମାର ମାରାଣ୍ଡି, ସୁବାସ ଚନ୍ଦ୍ର ଗିରି, ମାନସ ମହାନ୍ତି, କମଳ ଲୋଚନ ମୈକାପ, ଶିବଶଙ୍କର ପରିଡ଼ା, ରାକେଶ କୁମାର ବାରିକ, କିରଣ ଜେନା, ମିଳନ ଦଳେଇ, ଜଗନ୍ନାଥ ବେହେରା, ପ୍ରଶାନ୍ତ ଜେନା, ପ୍ରିୟଙ୍କା ଭୋଳ, ଜ୍ୟୋତିପ୍ରକାଶ ପଣ୍ଡା, ହରପ୍ରିୟା ବେହେରା, ଏସ.ବି. ସିମରନ୍, ଗୋପବନ୍ଧୁ ପୃଷ୍ଟି, ସିପୁନ ଜେନା, ଶଙ୍କର ମାରାଣ୍ଡି, ରଞ୍ଜିତା ବେହେରା, ଚିନ୍ମୟ ଗାଆଣ, ସୁନାରମ୍ ମୁର୍ମୁ, ରାଧା କୁମାରୀ ପରିଡ଼ା, କ୍ରିଷ୍ଣାକାନ୍ତ ଗିରି, ଆଶୁତୋଷ୍ ସେଠୀ, ଜ୍ୟୋତିକ୍ରିଷ୍ଣା ଗିରି, ପ୍ରଶାନ୍ତ କୁମାର ଜେନା ଏବଂ ବହୁ ଛାତ୍ରଛାତ୍ରୀ ଯୋଗଦେଇ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.