ଚାଇଲ୍ଡ ଲାଇନ ଓ ପୋଲିସ ଦ୍ୱାରା ୯ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ: ମହାମାରୀ କରୋନା କଟକଣାରେ କିଛି ମାତ୍ରାରେ କୋହଳ ହେବା ପରେ ପୁଣି ଦାଦନ ଶ୍ରମିକଙ୍କ ଫେରିବା ଋତୁ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଅଂଚଳରେ କୈାଣସି କାମଧନ୍ଦା ମିଳୁ ନ ଥିବାରୁ ଅନ୍ୟ କୈାଣସି ରୋଜଗାର ପନ୍ଥାର ଉପାୟ ନ ପାଇ ଯେତେ କଷ୍ଟ ହେଲେ ମଧ୍ୟ ବାଧ୍ୟ ହୋଇ ଘରୁ ପାଦ କାଢି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବାହାରୁଛନ୍ତି ରାୟଗଡ ଜିଲ୍ଳାର ଶ୍ରମିକମାନେ । ଏହି ମର୍ମରେ ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅଧିନସ୍ଥ ଗାଜିଗାଁ,ପିପିଲଗୁଡା ଓ ବୈରାଗୀ ହାଲୁଆ ଗ୍ରାମ ପଂଚାୟତର ୯ଜଣ ଶିଶୁ ଶ୍ରମିକ ସୋମବାର ଦିନ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଖବର ପାଇ ରାୟଗଡ ଚାଇଲ୍ଡ ଲାଇନ ଓ ଶେଷଖାଲ ଥାନା ତରଫରୁ ମିଳିତ ଭାବେ ୯ଜଣ ଶିଶୁ ଶ୍ରମିକଙ୍କୁ ଜେମାଦେଇପେଣ୍ଠ ଠାରୁ ଉଦ୍ଧାର କରାଯାଇଥିବା ନେଇ ଚାଇଲ୍ଡ ଲାଇନ ସଂଯୋଜିକା କେ.ନିଲିମା ସୂଚନା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ଜଣ ନାବାଳିକା ଓ ୪ଜଣ ନାବାଳକ ଶିଶୁ ଶ୍ରମିକ ରହିଛନ୍ତି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଆନ୍ଧ୍ର ପ୍ରଦେଶର ରାଜମୁନ୍ଦ୍ରି ସହରକୁ ଯାଇ ସେଠାରେ ଥିବା ଚିଙ୍ଗୁଡି କମ୍ପାନୀରେ କାର୍ଯ୍ୟ କରିବା ପାଇଁ ସୋମବାର ଦିନ ୯ଜଣ ଶିଶୁ ଶ୍ରମିକ ରାୟଗଡ ବସଷ୍ଟାଣ୍ଡରୁ ୨ଟି ଅଟୋ ଯୋଗେ ଆନ୍ଧ୍ର ପ୍ରଦେଶ ପାର୍ବତୀପୁରମ ଯାଏଁ ଯିବା ପାଇଁ ବାହାରିଥିଲେ । ଉକ୍ତ ବିଷୟରେ ରାୟଗଡ ଚାଇଲ୍ଡ ଲାଇନ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶେଷଖାଲ ଥାନାକୁ ଯୋଗାଯୋଗ କରିଥିଲେ । ରାୟଗଡରୁ ଚାଇଲ୍ଡ ଲାଇନ ଟିମ ଓ ଶେଷଖାଲ ଥାନା ପୋଲିସ ଟ୍ରାକିଂ କରି ୨ଟି ଅଟୋକୁ ଜେମାଦେଇପେଣ୍ଠ ଠାରେ ଅଟକାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଚାଇଲ୍ଡ ଲାଇନ ପକ୍ଷରୁ ୯ଜଣ ଶିଶୁ ଶ୍ରମିକଙ୍କୁ କାଉନସେଲିଂ କରାଯିବା ପରେ ସେମାନେ ରାୟଗଡରୁ ଅଟୋ ଯୋଗେ ପାର୍ବତୀପୁରମ ଓ ସେଠାରୁ ବସ ଯୋଗେ ରାଜମୁନ୍ଦ୍ରୀ ସହରକୁ ଯାଇଥାନ୍ତେ ବୋଲି ପ୍ରକାଶ କରିଥିବା ନେଇ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜିକା କେ.ନିଲିମା ସୂଚନା ପ୍ରଦାନ କରିଛନ୍ତି ଏବଂ ଅଭିଭାବକମାନଙ୍କୁ ଖବର ଦେବା ପରେ ସେମାନେ ଆସି ନିଜ ନିଜ ପୁଅଝିଅଙ୍କୁ ନିଜ ଘରକୁ ଫେରାଇ ନେଇଥିବା ସେ କହିଛନ୍ତି । ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ବେଳେ ଚାଇଲ୍ଡ ଲାଇନର କାଉନସିଲର ପି.ପୂର୍ଣ୍ଣବାସୀ, ସୁଶୀଲ କୁମାର ପଲେଇ, ସବ୍ୟସାଚୀ ପେଦେଂଟି, ବିଜୟ କେତନ ସାହୁ ଓ ଟଙ୍କଧର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.