ମାତୃପୁରୀରେ କିଡ଼ନି ରୋଗ ଆତଙ୍କ

ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ, ପରୀକ୍ଷା ପାଇଁ ପାଣି ନମୂନା ସଂଗ୍ରହ

କଳାହାଣ୍ଡି: ଗତ ନୂଆଖାଇ ଦିନ ସନ୍ଧ୍ୟାରେ ରିଷିଡାର ମାତୃପୁରୀ ଠାରେ କିଡ଼ନି ରୋଗରେ ଜଣକର ମୃତ୍ୟୁ ହୋଇଥିଲା । ତାଙ୍କୁ ମିଶାଇ କିଛି ବର୍ଷ ମଧ୍ୟରେ ଗୋଟିଏ ପରିବାର ର ୫ ଜଣଙ୍କ କିଡ଼ନି ଯୋଗୁଁ ମୁଣ୍ଡ ଗଡିବା ସମ୍ପର୍କରେ ଓ ମାତୃପୁରୀରେ କିଡନି ରୋଗ ବୃଦ୍ଧି ପାଉଥିବା ନେଇ ବିସ୍ତୃତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିପ୍ରତି ସ୍ଥାନୀୟ ଯୁବ ଛାତ୍ର ନେତା ନିମାଇଁ ଚରଣ ବେହେରା(ସିନୁ)ପ୍ରକାଶିତ ଖବରକାଗଜର ନ୍ୟୁଜ କପିକୁ ସ୍ୱାସ୍ଥ୍ୟମନ୍ତ୍ରୀ ତତ୍କାଳ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀ ତତ୍କାଳ ୭୨ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ସି.ଡି.ଏମ.ଓଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ସିଏମଓ ରୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଟୁଇଟ କରି ତୁରନ୍ତ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା । ଏହାପରେ ଆଜି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିସାଧିକାରୀଙ୍କ ଅଫିସରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଡିପିଏଚଓ) ଡାଃ ରାକେଶ କୁମାର ସାହୁ ଆସି ମାତୃପୁରୀ ଜନସାଧାରଣ ଙ୍କ ସହ ଆଲୋଚନା କରିବା ସହ ପଡାର ପାଣି ନମୂନା ସଂଗ୍ରହ କରି ପରୀକ୍ଷଣ କରି ନେଇଥିଲେ । ତାଙ୍କ ସହିତ କର୍ଲାମୁଣ୍ଡା ସିଏଚସି ଇନଚାର୍ଜ ଡାଃ ସୌମ୍ୟ ରଞ୍ଜନ ପାତ୍ର, ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ, ବିପିଏମ ଅଜିତ ସିଂ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଡାଃ ସାହୁ କହିଛନ୍ତି ଯେ ପାଣି ନମୂନା ପରୀକ୍ଷଣ କରିବା ପରେ କଣ ପାଇଁ ଏପରି ହେଉଛି, ତାର ରିପୋର୍ଟ ଦିଆଯିବ, ତାପରେ ଯାହାକିଛି ପଦକ୍ଷେପ ନିଆଯିବ ।

ତେବେ ଗତବର୍ଷ ମଧ୍ୟ ଜଣେ କିଡ଼ନି ରୋଗରେ ମୃତ୍ୟୁବରଣ କରିବା ପରେ ସ୍ୱାସ୍ଥ୍ୟ ଟିମ ଆସିଥିଲା । କିଛି ପଦକ୍ଷେପ ନିଆଯାଇନଥିଲା । ତେଣୁ ଏକ ବିଶେଷଜ୍ଞ ଦଳ ପଠାଯାଇ ତଦନ୍ତ କରାଯାଉବୋଲି ପଡାର ୱାର୍ଡ ସଭ୍ୟ ଆଶୁତୋଷ ଦାସ ଓ ପଡାବାସୀ ଦାବୀ କରିଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.