ଆଶାସାଥୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଦାବି

ରାୟଗଡ ଜିଲ୍ଳା ଶାଖା ଆଶାସାଥୀ ସଂଘ ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

ରାୟଗଡ: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାସାଥୀ ସଂଘର ରାଜ୍ୟ ନିଷ୍ପତି କ୍ରମେ ସୋମବାର ଦିନ ରାୟଗଡ ଜିଲ୍ଳା ଶାଖା ଆଶାସାଥୀ ସଂଘ ପକ୍ଷରୁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ଜରିଆରେ ୮ଦଫା ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ, ନିର୍ଦ୍ଦେଶିକାଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳା ଶାଖା ଓଡିଶା ରାଜ୍ୟ ଆଶାସାଥୀ ସଂଘର ଜିଲ୍ଳା ସଭାନେତ୍ରୀ ମନୋରମା ବେନିଆ ଓ ସଂପାଦିକ ପଦ୍ମିନୀ ପଡିଆରୀଙ୍କ ନେତୃତ୍ୱରେ ଜେମାଦେଇପେଣ୍ଠ ସ୍ଥିତ ହନୁମାନ ମନ୍ଦିର ନିକଟରୁ କୋଭିଡ-୧୯ଗାଇଡଲାଇନକୁ ଅନୁସରଣ କରି ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପଂହଚିବା ପରେ ସେଠାରେ ୮ଦଫା ଦାବି ପୂରଣ ନେଇ ସଂଘୀୟ କାର୍ଯ୍ୟକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ରାୟଗଡ ଜିଲ୍ଳା ସଭାପତି ଯୋଗେଶ୍ୱର ଦାସ, ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସଂପାଦକ ଖଗେଶ୍ୱର ସିଂ, ଉପସଭାପତି ମୋହନରାଓ ମାଝି, କାର୍ଯ୍ୟକର୍ତା ରବି ଗୈାଡ, ରମେଶ କିଲାକା, ଉପେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ । ସଂଘ ତରଫରୁ ପ୍ରଦାନ କରାଯାଇଥିବା ୮ଦଫା ଦାବି ମଧ୍ୟରେ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ମାସିକ ୬ହଜାର ଟଙ୍କା ଦରମା ଦେବା, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃ୍‌ଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ୧୩ବର୍ଷ ଧରି ଆଶା ଓ ଆଶ ସାଥୀ ଭାବେ କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କୁ ବୀମା ଓ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କାର୍ଯ୍ୟକାରୀ କରିବା, ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରିବା ଓ ମହାମାରୀ କରୋନା ସମୟରେ କାର୍ଯ୍ୟ କରୁଥିବା ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ଓ ସୁରକ୍ଷା ପ୍ରଦାନ ଯୋଗାଇ ଦେବା ଆଦି ଦାବି ଉଲ୍ଳେଖ ରହିଛି ।

Omkar Vasthu
Omkar Vasthu

ରାୟଗଡାରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.