ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ

କଳାହାଣ୍ଡି,(ହେମନ୍ତ ସାହୁ): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ମଦନପୁର ରାମପୁରର ବିଭିନ୍ନ ଯୁବକ ସଂଘରେ ୦୩ ରୁ ୦୭ ତାରିଖ ମଧ୍ୟରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଥିମଧ୍ୟରୁ ବିବେକାନନ୍ଦ ୟୁଥ କ୍ଳବ ଅଲାତରା, ସୁନାମୂଖୀ ୟୁଥ କ୍ଳବଅଲାତରା, ରାଧାକୃଷ୍ଣ କ୍ଳବ ଗୋଛାଡେଂଗେନ, ବୀଣାପାଣି କ୍ଳବ ମେଟାଗୁଡା, ରଘୁମଣି ପାଠାଗାର ସିକେଲକୁପା, ବିବେକାନନ୍ଦ କ୍ଳବ ବେନାଗୁଡା ଏବଂ ବ୍ଲକର ପଚାଶଟି କ୍ଳବରେ ଯୁବ ଅନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ, ଅମିତ କୁମାର ସାହୁ, ମୁକେଶ ବାରିକ, ସମାନ୍ତ ମାଝି, କ୍ଷୀରୋଦ୍ର ସାହୁ ଏବଂ ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ଡୁଳେନ୍ଦ୍ର ସାହୁ ଏବଂ ୟୁଥ ଲିଡ଼ର ସନତ କୁମାର ସାହୁ କୋଭିଡ୍ ନିୟମ ପାଳନ ପୂର୍ବକ ବିଭିନ୍ନ ଯୁବ ଅନୁଷ୍ଠାନକୁ ଯାଇ ନୂତନ କ୍ଳବ ଗଠନ ଏବଂ ଅନୁଷ୍ଠାନର ବିକାଶ ଅଭିମୁଖେ ଉପରେ ଆଲୋଚନା କରିଥିଲେ।

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.