ଡିଏଲଏସଏ ଦ୍ୱାରା ରାଷ୍ଟ୍ରୀୟ ଆଇନ ସେବା ଦିବସ ପାଳିତ

ରାୟଗଡ: ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ରାୟଗଡ ଦ୍ୱାରା ଅନଲାଇନ ମାଧ୍ୟମରେ ‘ରାଷ୍ଟ୍ରୀୟ ଆଇନ ସେବା ଦିବସ’ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳା ଦୈାରା ଜଜ୍ ତଥା ଡିଏଲଏସଏ’ର ଭାରପ୍ରାପ୍ତ ଅଧ୍ୟକ୍ଷ ତିରଂଜନ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଚାରପତି ଆଶିଷ୍ ମୁକାର ତ୍ରିପାଠୀ, ସ୍ଥାୟୀ ଲୋକ ଅଦାଲତର ବିଚାରପତି ହିମାଂଶୁ ଶେଖର ବ୍ରହ୍ମା, ବରିଷ୍ଠ ଦଣ୍ଡାଧିକାରୀ ମନୋରଂଜନ ଦାସ, ଜିଲ୍ଳା ଆଇନ ସେବା ପ୍ରାଧୀକରଣର ସଂପାଦକ ମନୋରଂଜନ ମିଶ୍ର,ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥି, ନ୍ୟାୟାଧିକାରୀ ଗ୍ରାମ୍ୟ ନ୍ୟାୟାଳୟ ଶ୍ରୀମତି ଶୁବାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ସୋଭନ କୁମାର ପଣ୍ଡା, ଗୁରୁଚରଣ ଜେନାମଣୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଳା ଦୈାରା ଜଜ୍ ତଥା ଡିଏଲଏସଏ’ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାତ୍ର ସର୍ବ ପ୍ରଥମେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନର ଆଭିମୁଖ ଓ ଆବଶ୍ୟକତା ଉପରେ ଆଲୋକପାତ କରାଇଥିଲେ । ପରିବାର ଅଦାଲତାର ବିଚାରପତି ଶ୍ରୀ ତ୍ରିପାଠୀ ନିଜର ଅଭିଭାଷଣରେ ରାଷ୍ଟ୍ରିୟ ଆଇନ ସେବା ପ୍ରାଧିକରଣ ‘ଆକ୍ଟ ଓ ଏକ୍ସସେସ୍ ଟୁ ଜଷ୍ଟିସ’ବିଷୟରେ ବିସ୍ତୁୃତ ଆଲୋକପାତ କରିଥିଲେ । ପରେ ପରେ ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀ ଦାସ, ଡିଏଲଏସଏ ସଂପାଦକ ଶ୍ରୀ ମିଶ୍ର ଏବଂ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତପଥି ନିଜ ନିଜର ବକ୍ତବ୍ୟରେ ଲିଗାଲ ଲିଟ୍ରେସି କ୍ଳବ, ସମ୍ମୁଖ ଅଫିସ, କେଉଁ କେଉଁ ବର୍ଗର ବ୍ୟକ୍ତିମାନେ ମାଗଣା ଆଇନ ସେବା ପାଇପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସର୍ବୋପରି ଲୋକମାନଙ୍କୁ ଆଇନ ଦିଗରେ ସଚେତନ କରାଇବା ନିମିତ ରାଷ୍ଟ୍ରିୟ ସ୍ତରରେ ରାଷ୍ଟ୍ରିୟ ଆଇନ ସେବା ପ୍ରାଧିକରଣ, ରାଜ୍ୟସ୍ତରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଳାସ୍ତରରେ ଜିଲ୍ଳା ଆଇନ ସେବା ପ୍ରାଧିକରଣ, ତାଲୁକ ସ୍ତରରେ ତାଲୁକ ଆଇନ ସେବା କମିଟିରୁ କାର୍ଯ୍ୟଧାରା ଉପରେ ମଧ୍ୟ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ଭଲ୍ୟୁଂଟର ଏବଂ ପେନାଲ ଓକିଲମାନଙ୍କୁ ମିଶାଇ ୨୦ରୁ ଉର୍ଦ୍ଧ ଲୋକେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.