ଜଗଦଲପୁର-ଭୁବନେଶ୍ୱର ଓ ଜୁନାଗଡ-ଭୁବନେଶ୍ୱର ଏକ୍ସପ୍ରେସ ଭାୟା ରାୟଗଡ ଦେଇ ଚଳାଚଳ କରିବାକୁ ଯୁବ ବିକାଶ ପରିଷଦ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ ଦାବିପତ୍ର

ରାୟଗଡ: ରାୟଗଡ ଯୁବ ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ପରିଷଦର ସଭ୍ୟମାନେ ସୋମବାର ଦିନ ଭାରତ ସରକାରଙ୍କ ପୂର୍ବତଟ ରେଳବାଇ, ଭୁବନେଶ୍ୱରର ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ରାୟଗଡ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଉକ୍ତ ଦୁଇଟି ଟ୍ରେନକୁ ପୁର୍ନବାର ଭାୟା ରାୟଗଡ ଦେଇ ଚଳାଚଳ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୧୫ଦିନ ନଭେମ୍ବର ୨୪ତାରିଖ ମଧ୍ୟରେ ରେଳବାଇ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନ କରାଯିବା ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି । ସେହିପରି ମହାମାରୀ କରୋନା ସଂକ୍ରମଣକୁ ଦୃ୍‌ଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପି ରେଳଯାତ୍ରୀ ସେବାକୁ ବନ୍ଦ କରିଦିଆଯାଇଥିଲା । ତେବେ ଗତ ଅକ୍ଟୋବର ମାସରୁ ପୁଣି ଥରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଅନେକ ଯାତ୍ରୀବାହୀ ଟ୍ରେନ୍‌ଗୁଡିକ ଚଳାଚଳ ଆରମ୍ଭ କରିଥିଲା । କିନ୍ତୁ ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମଣ ପଜିଟିଭ୍ ହାର ବୃଦ୍ଧିକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ-ଜଗଦଲପୁର ଓ ଜୁନାଗଡକୁ ଆସୁଥିବା ଦୁଇଟି ଟ୍ରେନ ସହ ଅନ୍ୟାନ୍ୟ ଟ୍ରେନଗୁଡିକକୁ ବନ୍ଦ କରିଦିଆଯାଇଥିବା ବେଳେ ଉକ୍ତ ଦୁଇଟି ଟ୍ରେନର ଗତିପଥ ବଦଳାଇ ଭାୟା ସମ୍ବଲପୁର ଦେଇ ଭୁବନେଶ୍ୱରକୁ ଚଳାଚଳ କରିବା ପାଇଁ ନିଷ୍ପତି କରାଯାଇଥିଲା ।


ବର୍ତମାନ ଅନେକ ଯାତ୍ରୀବାହୀ ଏକ୍ସପ୍ରେସ ଭାୟା ରାୟଗଡ ଦେଇ ଆନ୍ଧ୍ରର ୱାଲଟର ଡିଭିଜନ ଦେଇ ଭୁବନେଶ୍ୱରକୁ ଯାଉଥିବା ବେଳେ ଜଗଦଲପୁର-ଭୁବନେଶ୍ୱର ଓ ଜୁନାଗଡ-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସକୁ ଚଳାଚଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ । ଫଳରେ ଭୁବନେଶ୍ୱରରୁ ଦକ୍ଷିଣଓଡିଶାକୁ ସଂଯୋଗ କରାଉଥିବା ଏହି ଦୁଇଟି ଲାଇଫଲାଇନ କୁହାଯାଉଥିବା ଏକ୍ସପ୍ରେସ ଟ୍ରେନ ବନ୍ଦ ରହିଥିବାରୁ ରେଳରେ ଯାତ୍ରା କରୁଥିବା ଦକ୍ଷିଣ ଓଡିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଆଦି ଜିଲ୍ଳାର ଅନେକ ରେଳଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଶେଷ କରି ପଛଆ ଅଂଚଳର ରାୟଗଡ ଜିଲ୍ଳାବାସିନ୍ଦା ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପଡୋଶୀ ଆନ୍ଧ୍ରର ବିଜୟନଗରମ୍‌, ବିଶାଖାପାଟଣାମ ସହ ଓଡିଶାର ବ୍ରହ୍ମପୁର ଠାରେ ଥିବା ଏମକେସିଜି ମେଡିକଲ କଲେଜ ଉପରେ ନିର୍ଭର କରିଥାନ୍ତି । ବର୍ତମାନ ଉକ୍ତ ଦୁଇଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଥିବାରୁ ଜିଲ୍ଳାବାସୀ ରୋଗୀଙ୍କୁ ନେଇ ବ୍ରହ୍ମପୁରରୁ ଠିକ ସମୟରେ ପଂହଚିବା କଷ୍ଟକର ହୋଇପଡୁଛି । ସଡକପଥରେ ଗାଡି ଭଡା କରି ରୋଗୀକୁ ଚିକିତ୍ସା ପାଇଁ ନେବା ମଧ୍ୟବିତ ଓ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଛି । ସେହପରି ଅନେକ ଛୋଟମୋଟ ବ୍ୟବସାୟୀମାନେ ବ୍ରହ୍ମପୁର ବଜାରରୁ ସାମଗ୍ରୀ ଆଣି କିଛି ବ୍ୟବସାୟ କରିପାରୁଥିବା ବେଳେ ଟ୍ରେନର ଗତିପଥ ବଦଳି ଥିବାରୁ ସେମାନେ ମଧ୍ୟ ସିଧାସଳଖ ଭାବେ ପ୍ରଭାବିତ ହୋଇଛନ୍ତି ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.