୪୨ ମୌଜ଼ାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

କଟକ: ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କଳପଡା ବଜାରରେ ଥିବା ଶ୍ରୀମା ମେଡ଼ିସିନ ଷ୍ଟୋର ପରିସରରେ ଆସନ୍ତା ୧୫ ତାରିଖ ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାକୁ ମେଡ଼ିସିନ ଷ୍ଟୋରର ମୁଖ୍ୟ ନିର୍ଦେଶକ ସୁନିଲ କୁମାର ମୁଦୁଲି ପ୍ରସ୍ତୁତି ବୈଠକରେ ଜଣାଇଛନ୍ତି।

ଏହି ପ୍ରସ୍ତୁତି ବୈଠକରେ ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି, ସ୍ମୃତିରଞ୍ଜନ ରଂଜନ ବାରିକ, ବିକାଶ ଦାସ, କମଳଲୋଚନ ବେହେରା, ଯଶବନ୍ତ ନାୟକ, ଅଭୟ ନାୟକ, ଅକ୍ଷୟ ବେହେରା, ବଳରାମ ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା କଟକଣା ପାଳନ ପୂର୍ଵକ ଶିବିର ଆୟୋଜନ ହେବାକୁ ସ୍ଥିର କରାଜାଇଛି। ଏହି ମହତ କର୍ମରେ ସହଯୋଗ କରିବାକୁ ମୁଖ୍ୟ ନିର୍ଦେଶକ ସୁନୀଲ କୁମାର ମୁଦୁଲି ସାଧାରଣରେ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.