ଉତ୍କଳ ଆଲୁମିନାର ନୂତନ ୟୁନିଟ୍ ହେଡଙ୍କୁ ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କାଶିପୁର: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଗଢି ଉଠିଥିବା ଉତ୍କଳ ଆଲୁମିନାର ନୂତନ କ୍ଷେତ୍ର ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ମଝର ବେଗଙ୍କୁ ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହା ପୂର୍ବେ ଶ୍ରୀ ଏନ ନାଗେଶ ଏହି ପଦବୀରେ ରହିଥିବା ବେଳେ ଶ୍ରୀଯୁକ୍ତ ବେଗ ଉପସଭାପତି ଭାବେ ଉତ୍କଳ ଆଲୁମିନା ରହିଥିଲେ। ନାଗେସ ମହୋଦୟଙ୍କ ବଦଳି ପରେ ଶ୍ରୀ ବେଗଙ୍କୁ ଉତ୍କଳ ଆଲୁମିନାର ସଭାପତି ଓ କ୍ଷେତ୍ର ମୁଖ୍ୟ ରୂପେ ଆଦିତ୍ୟ ବିର୍ଲାର ଏମଡି ନିଯକ୍ତ କରିଥିଲେ। ଶ୍ରୀ ବେଗ ଆଦିତ୍ୟ ବିର୍ଲାରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ବିଶ୍ଵସ୍ତ ଭାବରେ ରହି ନିଜ କାର୍ଯ୍ୟ ତୁଲାଇ ଆସୁଛନ୍ତି।


ଶ୍ରୀ ବେଗଙ୍କୁ ସ୍ଥାନୀୟ କମ୍ପାନୀର ତିନି ଖଣ୍ଡ ଗ୍ରାମର ତଥା ରାମିବେଡା, କେଣ୍ଡୁଖୁଣ୍ଟି ଓ ଡି କୋରାଲ ଗ୍ରାମର ବିସ୍ଥାପିତଙ୍କ ଦ୍ଵାରା ଗଠିତ ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ଦ୍ୱାରା ଉତ୍କଳ ଆଲୁମିନାର ମୁଖ୍ୟ କାର୍ଯ୍ୟାଳୟରେ ଭେଟି ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରି ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଅଞ୍ଚଳର ବିକାଶ, ସ୍ବାସ୍ଥ୍ୟ, ଶିକ୍ଷା ନିଯୁକ୍ତିକୁ ଗୁରୁତ୍ଵ ଦେଇ କାର୍ଯ୍ୟକୁ ଆଗେଇ ନେବାକୁ ସଂଘ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାଇକ ଓ ଅନ୍ୟ ସଭ୍ୟ ମାନେ ଅନୁରୋଧ କରିଥିଲେ।


ଶ୍ରୀ ବେଗ ମଧ୍ୟ ସର୍ବ ପ୍ରଥମେ ଶିକ୍ଷା ସ୍ୱାସ୍ଥ୍ୟ ଓ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦେଇ ସମସ୍ତଙ୍କ ସହ ହାତ ମିଳାଇ କାର୍ଯ୍ୟ କରିବାକୁ ପ୍ରକାଶ କରିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାଏକ, ସମ୍ପାଦକ ଆଲାରାମ୍ ଭତ୍ରା, ଶ୍ରୀରାମ ନାଏକ, ଜୋସେଫ ଭତ୍ରା, ଭଣ୍ଡାରି ମାଝୀ, ଉମେଶ ମାଝୀ, ସୁରେଶନ, ମୋତିରାମ,ସୁବାଷ, ଅଭିରାମ, ଖାଲିରମ୍, ତ୍ରିନାଥ, ବାବୁଲା, ଧର୍ମେନ୍ଦ୍ର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.