ଓଡ଼ିଶା କୁମ୍ଭକାର ମହାସଂଘର ଆଲୋଚନା ଚକ୍ର

କଳାହାଣ୍ଡି: ସଂପ୍ରତି କରୋନା ମହାମାରୀର ପରିସ୍ଥିତି ମଧ୍ୟରେ ନିଜର ବୃତ୍ତିଗତ ତଥା କୌଳିକ ବୃତ୍ତିକୁ ନେଇ ଜୀବନ ଜୀବିକା ଚିନ୍ତାରେ ରହିଛନ୍ତି ଓଡ଼ିଶାର ଅନେକ କୁମ୍ଭକାର ପରିବାର । ଏହି ପରିପ୍ରେକ୍ଷୀରେ କୁମ୍ଭାରଜାତିର ଜୀବନ ଚିନ୍ତା ବିଷୟକ ଏକ ଆଲୋଚନା ଚକ୍ର ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀରେ କୁମ୍ଭାରମାନଙ୍କ ସାମଗ୍ରୀ ତଥା ସେମାନଙ୍କ ଭୂମିକା ସଂପର୍କରେ ଡ଼ିଜିଟାଲ ପ୍ଲାଟଫର୍ମ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା । ଏହି ଆଲୋଚନା ଚକ୍ରରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥିଭାବରେ ଯେଗଦେଇ କୁମ୍ଭକାର ମାନଙ୍କର ସମାଜରେ ସ୍ଥିତି ଏବଂ ସେମାନଙ୍କର ଉଚିତ ଥଇଥାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପରେ ପରେ ଓଡ଼ିଶା କୁରାଳ ମହାସଂଘର ସଂପାଦକ କେଦାର ନାଥ ରଣା ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ସରୋଜ କୁମାର ବେହେରା ଓଡ଼ିଶାର କୁମ୍ଭାର ସମାଜର ଆର୍ଥିକ ଏବଂ ସାମାଜିକ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଳୀରୁ ପୂର୍ବତନ ଉପସଭାପତି ସର୍ବଭାରତୀୟ କୁମ୍ଭକାର ମହାସଂଘ ହେମନ୍ତ କୁମାର ପ୍ରଜାପତି, ମହାରାଷ୍ଟ୍ରରୁ ସର୍ବଭାରତୀୟ ପ୍ରଜାପତି(କୁମ୍ଭକାର)ମହାସଭାର ପୂର୍ବତନ ମହାସଚିବ ଗୋବର୍ଦ୍ଧନ ପ୍ରଜାପତି, ଛତିଶଗଡ଼ରୁ ସୁରେଶ କୁମାର ରଣା ଏବଂ ଓଡ଼ିଶାର ରୋହିତ ରଣା, ଗଂଗାଧର ରଣା, ଫକୀର ରଣା, ବୀର ରଣା ପ୍ରମୁଖ ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଯୁବଲେଖକ ଡ଼ିଲେଶ୍ୱର ରଣା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଯୁଧିଷ୍ଠିର ମୁଦୁଲି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.