ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଆଜି (ଶୁକ୍ରବାର) ଏକ ଟ୍ରକ ଧକ୍କାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ମୃତ୍ୟୁ ଘଟିଛି।ଏହାପରେ ଅପରାହ୍ନ ୪ ଘଣ୍ଟା ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନ ୨ଟା ସମୟରେ କରୁଣା ବେନଙ୍ଗା ସାପ୍ତାହିକ ବଜାର ଯାଇ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଏକ ସାଇକେଲରେ ଯୋଗେ ନିଜ ଗାଁ ପେଙ୍ଗସୁରକୁ ଫେରୁଥିବା ବେଳେ ଗାଁର ୫ ଶହ ମିଟର ପୂର୍ବରୁ ଏକ ଟ୍ରକ(ଓଡ଼ି୦୮ଡି-୭୩୬୫) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ କରୁଣା ଟ୍ରକ ତଳେ ଚାପି ହୋଇଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଟ୍ରକ ଡ୍ରାଇଭର ଓ ହେଲ୍ପର ଟ୍ରକ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଖବର ପାଇବା ମାତ୍ରେ ମୃତ କରୁଣାଙ୍କ ପତ୍ନୀ ଦୁଇ ପୁଅ ସୁବାସ ନାଗ, ସୁରେଶ ନାଗ ଓ ପେଙ୍ଗସୁର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି
କରୁଣାଙ୍କ ମୃତ ଦେହକୁ ମୁଖ୍ୟ ରାସ୍ତାରେ ରଖି କ୍ଷତି ପୂରଣ ଓ ଦୋଷୀ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଯାନବାହାନ ଅଟକ ରହିଥିବା ବେଳେ ଲୋକେ ହଇରାଣ ହେଉଛନ୍ତି। ଖବର ପାଇ ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ ଜିଦ ଧରି ବସିଛନ୍ତି।ଏନେଇ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.