ବୀର ବିନାୟକ ଦାମୋଦର ସଭରକରଙ୍କୁ ଭାରତରତ୍ନ ଘୋଷଣା ପାଇଁ ଦାବି କଲା କେଶରିଆ ହିନ୍ଦୁ ବାହିନୀ

ରାୟଗଡ ଜିଲ୍ଳା କେଶରିଆ ହିନ୍ଦୁ ବାହିନୀ ସଂଗଠନ ପକ୍ଷରୁ ଦାବିପତ୍ର

ରାୟଗଡ: ସ୍ୱାଧୀନତା ସଂଗ୍ରାମୀ ତଥା ହିନ୍ଦୁ ମହାସଭାର ପ୍ରମୁଖ ନେତୃତ୍ୱ ନେଇଥିବା ବୀର ବିନାୟକ ଦାମୋଦର ସଭରକରଙ୍କୁ ଭାରତରତ୍ନ ଘୋଷଣା ପାଇଁ ଦାବି କରିଛନ୍ତି କେଶରିଆ ହିନ୍ଦୁ ବାହିନୀ ସଂଗଠନ । ରାୟଗଡା ଜିଲ୍ଳା ସଭାପତି ହଳଧର ମିଶ୍ରଙ୍କ ନେତୃତ୍ୱରେ ଆଜି କର୍ମୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚି ମହାମହୀମ ରାଷ୍ଟ୍ରପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି ।

ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାରାଷ୍ଟ୍ରର ସଂଗ୍ରାମୀ ଯୋଦ୍ଧା ବୀର ସଭରକରଙ୍କୁ କେଶରିଆ ହିନ୍ଦୁ ବାହିନୀ ତରଫରୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହିନ୍ଦୁତ୍ୱ ପାଇଁ ନିଜ ସଂଘର୍ଷ ଜୀବନରେ ହିନ୍ଦୁକୁ ଏକଜୁଟ କରିବା ପାଇଁ ଲଢିଥିବା ବୀର ସଭରକରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନରେ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ କେଶରିଆ ହିନ୍ଦୁ ବାହିନୀ ଯୁବମୋର୍ଚ୍ଚା ସଭାପତି ବାବୁରାଓ କାଡ୍ରକାଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.