ବାଞ୍ଜିପଦରରେ କରୋନା ସଚେତନତା ସଭା

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଳକ ସାପଲହରା ପଂଚାୟତ ବାଂଜିପଦର ଗ୍ରାମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଖୋଲା ଝରକା ଯୁବ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା ସଭା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ନେହେରୁ ଯୁବ କେନ୍ଦ୍ର ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ମୁଖ୍ୟବକ୍ତା, ମ.ରାମପୁର କେନ୍ଦୁଲିଭ୍ ଲେଞ୍ଜର ଶୁଭେନ୍ଦୁ ବିଶି, ପୂର୍ବତନ ସରପଂଚ ସୁରେଶ ଚୌଧୁରୀ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା ବୋଲି ପ୍ରକାଶ କରିଥିଲେ। ଏଥିରେ ଖୋଲା ଅନୁଷ୍ଠାନର ସଭାପତି ହିମାଂଚଳ ସାହୁ, ସଂପାଦକ ସୁଦାମ ସୁନା, କୋଷାଧ୍ୟକ୍ଷ ସୁଦାମ ଚରଣ ଦାସ, ସହ ସଂପାଦକ ବିବେକାନନ୍ଦ ଙ୍କ ସମେତ ସମସ୍ତ ସଭ୍ୟ ଯୋଗ ଦେଇଥିଲେ। ଏଇ ଅବସରରେ ମାକ୍ସ ବଂଟନ କରାଯାଇଥିଲା। ଲଲାଟେନ୍ଦୁ ସାହୁ ମଂଚ ପରିଚାଳନା କରିଥିବାବେଳେ ଜାତୀୟ ଯୁବ ସ୍ୱେଚ୍ଛାସେବୀ କ୍ଷୀରୋଦ ସାହୁ, ଅମିତ କୁମାର ସାହୁ, ମିଳନ ଭୋଇ, ମୁକେଶ ବାରିକ, ଦେବେନ୍ଦ୍ର କୁମାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.