ଭାରତୀୟ କିସାନ ସଂଘର ରାଜ୍ୟସ୍ତରୀୟ ବୈଠକ

କଟକ: ଭାରତୀୟ କିସାନ ସଂଘ ଓଡ଼ିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୈଠକ କଟକ ଜଗତପୁର ସ୍ଥିତ ଶ୍ରୀଗୁରୁ ଆଇ.ଟି.ଆଇ ଠାରେ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ରାଜ୍ୟ ସଭାପତି ରାଧାକୃଷ୍ଣ ମେହେର, ରାଜ୍ୟ ସାଧାରଣ ସମ୍ପାଦକ ଜନକୀ ବଲ୍ଲଭ ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ କୃଷି ଓ କୃଷକର ଉନ୍ନତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଡିସେମ୍ବର ମାସ ଓ ଆଗାମୀ ବର୍ଷରେ ଧାନର ଅଭାବି ବିକ୍ରି ଓ କାଟ ଛାଟନ, କୃଷକ ସମ୍ମାନନିଧି ପ୍ରଦାନ, ନୂତନ ଚାଷୀଙ୍କ ନାମ ସଂଯୋଗ, ଗତ ବନ୍ୟାରେ ଚାଷୀମାନଙ୍କର ହୋଇଥିବା କ୍ଷତିକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସହଯୋଗ ଆଦି ଅନେକ ସମସ୍ୟାର ପ୍ରତିକାର ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବୈଠକରେ ଅସୀମ କୁମାର ଦାସ, ଦେବୀପ୍ରସାଦ ପତି, କର୍ଣ୍ଣେଲ ଶରତ ମୋହନ ମିଶ୍ର, ଅବସରପ୍ରାପ୍ତ କୃଷି ଯୁଗ୍ମନିର୍ଦ୍ଦେଶକ ଦାମୋଦର ଦଳାଇ, ତ୍ରିଲୋଚନ ରାୟ ଏବଂ ୨୨ଟି ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.