ଲାଞ୍ଜିଗଡ଼ ଶିକ୍ଷା ବିଭାଗର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାନ୍ଵୟନ ବୈଠକ

● ଶିକ୍ଷା ଭିତ୍ତିଭୂମି ଦୃଢ଼ କରିବାକୁ ପ୍ରଶାସନର ପ୍ରୟାସ

ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): କୋଭିଡ-୧୯ ଯୋଗୁଁ ଦୀର୍ଘ ସାତ ମାସ ଧରି ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ ପ୍ରୟାସ ଜାରି ରଖିଛନ୍ତି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ। ତାଙ୍କ ନେତୃତ୍ୱରେ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସମସ୍ତ ସ୍କୁଲ୍ ପରିସର ସଫେଇ କରାଯାଇଥିବା ବେଳେ ଶିକ୍ଷା ସଂଯୋଗ, ରେଡିଓ ପାଠଶାଳା, ପୁଷ୍ଟିକର ଉଦ୍ୟାନ, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମୋ ସ୍କୁଲ୍ ଅଭିଯାନ ଆଦି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲିଛି। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକର ତଦାରଖ ପାଇଁ ବ୍ଲକ୍ ଓ କ୍ଲଷ୍ଟର ସ୍ତରୀୟ କୋର୍ କମିଟିମାନ ଗଠନ କରାଯାଇଛି। ବିଭାଗକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଭିନ୍ନ କ୍ଲଷ୍ଟରର ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା କୋର୍ କମିଟି ସଦସ୍ୟମାନଙ୍କୁ ନେଇ କାର୍ଯ୍ୟାନ୍ଵୟନ ବୈଠକ ଜାରି ରହିଛି। ଆଜି ଦ୍ଵିତୀୟ ପର୍ଯ୍ୟାୟରେ ବନ୍ଧପାରୀ, କାନକୁଟ୍ରୁ, ଭଟାଙ୍ଗପଦର, ବିଜେପୁର, ପେଙ୍ଗସୁର ଓ ମାଳିଯୁବାଙ୍ଗ କ୍ଲଷ୍ଟରକୁ ନେଇ ଲଡାଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିସରରେ କାର୍ଯ୍ୟାନ୍ଵୟନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ବନ୍ଧପାରୀ ସିଆରସିସି ପ୍ରଭାତ କୁମାର ପାଠୀ, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବିଜେପୁର ସିଆରସିସି ଜଗଦୀଶ ପୁଟା, ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକ, ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ହରେକୃଷ୍ଣପୁର ସିଆରସିସି ରାଧାମାଧବ ରଥ ପ୍ରମୁଖ ଉପରୋକ୍ତ ବିଷୟରେ ଆଲୋଚନା ଓ ସମୀକ୍ଷା କରିଥିଲେ। ଶିକ୍ଷକ ମନୋଜ ଧଙ୍ଗଡ଼ାମାଝୀ, ଗଣେଶ୍ବର ଠେଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.