କୁମାରସ୍ବାମୀ ମହୋତ୍ସବ ପାଇଁ କଳସ ଯାତ୍ରା

କଳାହାଣ୍ଡି/ନର୍ଲା: କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ସାହିତ୍ୟ, ଲୋକଗୀତ ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବୁଢିପଦରର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ଅପରାହ୍ନରେ କଳସ ଯାତ୍ରା ଆୟୋଜିତ ହୋଇ କୁମାରସ୍ବାମୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଉଛି। ପୂଜା କର୍ତ୍ତା ଭାବେ ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତି ଜାଲ ଥିବାବେଳେ ସନ୍ତୋଷ ପାଢି ପୂଜକ ଦାଇତ୍ୱ ନିର୍ବାହ କରୁଛନ୍ତି।

ଏବର୍ଷ ନଭେମ୍ବର ୨୯ ଓ ୩୦ ଦୁଇଦିନ ଧରି ଏହି ଉତ୍ସବ ପାଳନ କରାଯାଉଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଉତ୍ସବକୁ ନିରାଡମ୍ବର କରାଯାଇଛି। ବିଗତବର୍ଷ ମାନଙ୍କରେ ୪ଦିନଧରି ଆୟୋଜିତ ହେଉଥିବା ମହୋତ୍ସବ ଏଥର ୨ ଦିନ ହିଁ ପାଳିତ ହେବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ସୂଚନା ପ୍ରଦାନ କରିଛନ୍ତି।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.