ସମାଜେସେବୀ ପ୍ରମୋଦ ଲେଙ୍କାଙ୍କ ବିୟୋଗରେ ଶୋକ

କଟକ: କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଗ୍ରାମର ସମାଜେସେବୀ ପ୍ରମୋଦ ଲେଙ୍କା(୬୦)ଙ୍କ ବିୟୋଗରେ ସରସ୍ୱତୀ କଳା ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା (ବିସିଟି), ଉତ୍କଳ ବିକାଶ ପରିଷଦ, ନେତାଜୀ ପରିଷଦ ଆଦି ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଲେଙ୍କା ଜଣେ କର୍ମଜୀବୀ, ସାହି ମୁରବୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ସୁପୁତ୍ର ପ୍ରଦୀପ ମଧ୍ୟ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିସିଟି ସେଵା ସଂଗଠନ ସହ ଜଡିତ ହୋଇ ସମାଜସେଵା, ରକ୍ତଦାନ ଆଦି ମହତ କାର୍ଯ୍ୟ କରିଆସୁଛନ୍ତି।

ସ୍ୱର୍ଗତ ପ୍ରମୋଦ ଲେଙ୍କାଙ୍କ ବିୟୋଗରେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର ଦାସ, ସମାଜସେବୀ ଅଜୟ କୁମାର ବେହେରା, ନାରୀନେତ୍ରୀ ପ୍ରତିଭା ଶତପଥୀ, ନାଟ୍ୟକାର ଅଶୋକ ପଟ୍ଟନାୟକ, ସାହିତ୍ୟିକ ସୁରଜ ବେହେରା, ବିସିଟି ସମ୍ପାଦକ ପ୍ରିନ୍ସ ନନ୍ଦ, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, କୃଷକ ନେତା ଦେବୀ ପ୍ରସାଦ ପତି, ନାରାୟଣ ଭୋଇ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.