ନିରାଡମ୍ବର ଭାବେ ପାଳିତ ହେଲା ବାଲେଶ୍ବରର ସର୍ବପୁରାତନ ସୁନହଟ ବୋଇତ ବନ୍ଦାଣ ଉତ୍ସବ

● ହେଲାନାହିଁ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ

ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସୁନହଟର ୬୧ତମ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ସରକାରଙ୍କ କରୋନା କଟକଣାକୁ ସମ୍ମାନ ଜଣାଇ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି।

ବୋଇତ ବନ୍ଦାଣ କମିଟିର ସଭାପତି ଡାକ୍ତର ଶାନ୍ତନୁ ଦାସ, ସମ୍ପାଦକ ଶାହିରୁଲ୍ ହକ୍, କାର୍ଯ୍ୟକାରୀ ସଭାପତି ଗୌତମ ଦାସ, ବୀରେଶ୍ବର ଦାସ, ନିହାର ରାଉତ, ଭାସ୍କର ଦାସ, ବାପି ବଳ, ମିଟୁ ଦାସ, ବିକାଶ ପଣ୍ଡା, ଭାରତ ପୋଦ୍ଦାର୍ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କେବଳ ପ୍ରଦୀପ ଜଳାଇ ପରମ୍ପରା ରକ୍ଷା କରିଥିଲେ। ମଞ୍ଚ ସଜା ଯାଇନଥିଲା କି ଭାଷଣବାଜି ନଥିଲା। ଅର୍କେଷ୍ଟ୍ରା ପାର୍ଟି ଆସିନଥିଲା କି ଶ୍ରୋତାଙ୍କ ଗହଳି ନଥିଲା। କେବଳ ବିଧି ରକ୍ଷା ପାଇଁ ଉତ୍ସବର ଉଦଘାଟନ କରାଯାଇଥିଲା କର୍ମକର୍ତ୍ତାଙ୍କ ସମାଗମରେ।

ଏହି ଅବସରରେ କମିଟି ପକ୍ଷରୁ ଏକ ବଡ଼ ସୋଲରେ ତିଆରି ବୋଇତକୁ ନିକଟସ୍ଥ ପୋଖରୀରେ ଭସା ଯାଇ ବୋଇତ ବନ୍ଦାଣର ପାରମ୍ପରିକତାକୁ ମନେ ପକେଇଥିଲେ ସମସ୍ତେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.