କଳାହାଣ୍ଡି ଯୁବ ଲେଖକ ସମାବେଶର କବିତା ଆସର

● ପ୍ରତିଭାକୁ କିଏ ଅଟକାଇ ପାରେନା

କଳାହାଣ୍ଡି: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଲହାଣ୍ଡି ଯୁବ ଲେଖକ ସମାବେଶ ତରଫରୁ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଇଯାଇଛି। ସମାବେଶର ଆବାହକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓଡିଶା ସାହିତ୍ୟ ଏକାଡେମୀର କଳାହାଣ୍ଡି ସଦସ୍ୟ ସତ୍ୟନାରାୟଣ ମହାପାତ୍ର। ତାଙ୍କର ବକ୍ତବ୍ୟରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପ୍ରତିଭାକୁ କିଏ ଅଟକାଇ ପାରେ ନାହିଁ। ତେଣୁ ନିଜ ନିଜର କର୍ତ୍ତବ୍ୟ ପଥରେ ଚାଲିବା ଆବଶ୍ୟକ। ସାହିତ୍ୟ ସାଧନା ଥିଲେ ପୁରସ୍କାର ଆପେ ଆପେ ମିଳେ। ଏହି ଅବସରରେ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାର ଇଂରାଜୀ ଅଧ୍ୟାପିକା ଶତରୂପା ମିଶ୍ର, କବି ରାଜେଶ ମୁଣ୍ଡ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯାଦବେନ୍ଦ୍ର ସାହା, ଅର୍ଜୁନ ଗୋପାଳ, ଯୁଧିଷ୍ଠିର ମୁଦୁଲି, ଡିଙ୍ଗର ନାଏକ, ଅଜିତ ଭୋଇ ପ୍ରମୁଖ କବିତା ପାଠ କରିଥିଲେ।କବିତା ଆସରକୁ ଗୁଗୁଲ ମିଟରେ ସଞ୍ଚାଳନ ସହ ସଂଯୋଜନା କରିଥିଲେ ଛତିଶଗଡରେ ଥିବା ଯୁବକବି ପରମା ନାଏକ। ଧନ୍ୟବାଦ ଦେଇଥିଲେ ସମାବେଶର ଅନ୍ୟତମ ମାର୍ଗଦର୍ଶକ ବିଶ୍ୱରଞ୍ଜନ ପଣ୍ଡା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.