ବିଶ୍ୱ ଏଡ଼ସ୍ ଦିବସ ଓ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି(ହେମନ୍ତ ସାହୁ): ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ମ.ରାମପୁର ପରିସରରେ ବିଶ୍ୱ ଏଡ଼ସ ଦିବସ ଓ ସମ୍ବର୍ଦ୍ଧନା ସଭା ଶିକ୍ଷକ ଦିବାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ବିଶ୍ୱ ଏଡ଼ସ ଦିବସ ସଂପର୍କରେ ସୂଚନା ଦେବା ପରେ ହେଇଥିବା ସ୍ଲୋଗାନ ଲିଖନ ଓ ପୋଷ୍ଟର ପ୍ରତିଯୋଗୀତା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଳୋଗାନ ଲିଖନରେ ଏସ୍‌ ନିର୍ମୋଦ ନାଏକ ପ୍ରଥମ, ଇସାକ ବେନିଆ ଦ୍ୱିତୀୟ ଓ ମାସା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପୋଷ୍ଟର ପ୍ରତିଯୋଗୀତାରେ ସତ୍ୟାନନ୍ଦ ମାଝୀ ପ୍ରଥମ, ରୁବେନ ନାଏକ ଦ୍ୱିତୀୟ ଓ ଅଜିତ ମାଝୀ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହେଇଥିଲେ । ଶିକ୍ଷକ ଶମ୍ଭୁଭୂଷଣ ସାହୁଙ୍କ ପରିଚାଳନାରେ ସଭା ଅନୁଷ୍ଠିତ ହେଇଥିଲା । ଶିକ୍ଷୟିତ୍ରୀ ସୁଜାତା ଆଚାରୀ ପୁରସ୍କାର ବିତରଣୀ ପରିଚାଳନା କରିଥିଲେ । ଏଥି ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବଂଶୀଧର ବେହେରା ଜୟପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନିଯୁକ୍ତି ପାଇବା ପରେ ଆଜି ବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା ସଭାକୁ ଶିକ୍ଷକ ଶେଷଦେବ ସାହୁ ପରିଚାଳନା କରିଥିଲେ । ଅଧ୍ୟକ୍ଷତା କରିଥିଲେ ଶିକ୍ଷକ ଦିବାକର ସାହୁ । ଶିକ୍ଷକ ଅରୁଣ ମିଶ୍ର, ଭେରୀକଣ୍ଠ ପ୍ରଧାନ, ପଙ୍କଜିନୀ ଭୋଇ ଙ୍କ ସମେତ ସନ୍ତୋଷ ରଣା, ଧୋବା ମାହାର, କୋଳଥିଆ ହରିଜନ, ନିରଞ୍ଜନ ବାଗ, ସାଇପ୍ରସାଦ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.