ବିଡ଼ିଓଙ୍କ ଦ୍ୱାରା ଦୈନନ୍ଦିନ ସୂଚନା ଫଳକ ଉଦଘାଟିତ

କୋକସରା: କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ମନିଷା ଦାସ ଆଜି ଏକ ଦୈନନ୍ଦିନ ସୂଚନା ଫଳକ ଉଦଘାଟନ କରିଛନ୍ତି।ଏହାଦ୍ୱାରା ବ୍ଲକରେ ହେଉଥିବା ସମସ୍ତ କାର୍ଯ୍ୟର ବିବରଣୀ ଓ ଅଗ୍ରଗତି ସୂଚନା ସମସ୍ତ ବିଭାଗରୁ ପ୍ରତିଦିନ ପ୍ରଦର୍ଶିତ ହେବ ବୋଲି ଉଦଘାଟନ ସମୟରେ ବିଡ଼ିଓ କହିଛନ୍ତି। ଏହାଦ୍ବାରା ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ବିଶେଷ ଭାବେ ଉପକୃତ ହୋଇପାରିବେ।

ସାମ୍ବାଦିକ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମିତି ସଭ୍ୟ/ସଭ୍ୟାଙ୍କ ଉପସ୍ଥିତରେ ହେଇଥିବା ଏହି ଉଦଘାଟନ ସମାରୋହରେ କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, କନ୍ଦାବୁଟୁରା ସମିତି ସଭ୍ୟା ଅଶୋକା ନାଏକ, ମୋଟେର ସମିତି ସଭ୍ୟ ଟିକେଶ୍ୱର ପୁଝାରି, ଆମପାଣି ସମିତି ସଭ୍ୟା ମାଧୁରୀ ନାଏକ, ଗମ୍ଭାରୀଗୁଡା ସମିତି ସଭ୍ୟ ଟିକେଶ୍ୱର ନାଗ, ଡୁଡୁକାଠେଙ୍ଗା ସମିତି ସଭ୍ୟ ମନୋଜ ଶବର, ରେଙ୍ଗାଳପଲି ସମିତି ସଭ୍ୟା ମାଧୁରୀ ନିଆଲ, ବ୍ଲକ ମୁଖ୍ୟ କିରାଣୀ ଶଙ୍କର ମହାନନ୍ଦ, ଜିପିଓ ନାରାୟଣ ଭୋଇ, ପିଅନ ଅଜିତ ପଟ୍ଟନାୟକ, ପ୍ରଦିପ ସତନାମୀ ସମେତ ସାମ୍ବାଦିକ ସନତ ପ୍ରଧାନୀ, ଦୁଷ୍ମନ୍ତ ପାଟଯୋଶୀ, ଜଗଦୀଶ ନାଏକ, ଭରତ ବିଶି, ହିରଣ୍ୟ ବେହେରା, ଦେବେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ରହି ବିଡ଼ିଓଙ୍କ ଏହି କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ଓ ଆଗକୁ ସୂଚନା ପ୍ରଦାନରେ କୌଣସି ଅସୁବିଧା ହେବନାହିଁ ବୋଲି ମତ ପ୍ରକାଶ କରିଥିଲେ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.