ନାଲି ପଲସର ବାଇକରେ ଆସି ମହିଳାଙ୍କ ଠାରୁ ୯୭ ହଜାର ଟଙ୍କା ଝାମ୍ପି ନେଲେ ୨ ଦୁର୍ବୃତ୍ତ

ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ରାୟଗଡ ଥାନା ପୋଲିସ

ରାୟଗଡ: ଦୁଇଜଣ ମହିଳା ବ୍ୟାଙ୍କରୁ ବ୍ୟକ୍ତିଗତ ଗ୍ରୁପ୍ ଲୋନ ଉଠାଇ ଘରକୁ ଫେରୁଥିବା ସମୟରେ ଆଖି ପିଛୁଳାକେ ହାତରୁ ଟଙ୍କା ଭରି ବ୍ୟାଗକୁ ଝାମ୍ପି ନେଇଗଲେ ନାଲି ପଲସରରେ ଆସି ଦୁଇଜଣ ଦୁର୍ବୁତ । ଏପରି ଏକ ଘଟଣା ଦେଖିବାକୁ ରାୟଗଡ ସହରରେ । ତେବେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାକୁ ଗୁରୁତର ସହ ନିଆଯାଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ବୁତଙ୍କୁ ଧରିବା ପାଇଁ ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

ସୂଚନାଯୋଗ୍ୟ ଯେ, ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ବିସିରୋଡ ନିକଟସ୍ଥ ନୂଆପଡା ସାହିରେ ରହୁଥିବା ଏ.ରେଣୁ (୫୨), ରୁପା ଲିମା, ସରସା ଜେନା, ଏ.ସଂଜୁ ଓ ପ୍ରେମା ସୁର୍ଜାଲ ପାଂଚ ଜଣ ମହିଳା ଆଜି ସକାଳ ୯ଟା ସମୟରେ ରାୟଗଡ ସହରର ଏକ୍ସିସ ବ୍ୟାଙ୍କରୁ ବ୍ୟକ୍ତିଗତ ଗ୍ରୁପ ଲୋନ ଉଠାଣ ନିମନ୍ତେ ରାୟଗଡକୁ ଆସିଥିଲେ । ବ୍ୟାଙ୍କରେ ସମସ୍ତ କାଗଜପତ୍ର ଦାଖଲ କରିବା ପରେ ସେଠାରୁ ସମସ୍ତେ ଟଙ୍କା ଧରି ଚାଲି ଚାଲି ନିଜ ଘରକୁ ଫେରିବା ପାଇଁ କପିଳାସ ଛକକୁ ଫେରୁଥିଲେ । ଏ.ରେଣୁ ଓ ରୁପା ଲିମା ଦୁହିଁଙ୍କ ୯୭,୨୦୦ଟଙ୍କା ଥିବା ବ୍ୟାଗକୁ ଧରି ରେଣୁ ସ୍ଥାନୀୟ ହୋଟେଲ କପିଳାସ ସମ୍ମୁଖ ରାସ୍ତା ଦେଇ ଆସୁଥିବା ବେଳେ ହଠାତ୍ ପଛପଟୁ ନମ୍ବର ବିହୀନ ଏକ ନାଲି ପଲସର ବାଇକରେ ଦୁଇଜଣ ଦୁର୍ବୁତ ଆସି ରେଣୁ ହାତରୁ ଟଙ୍କା ଭରି ବ୍ୟାଗ ଝାମ୍ପି ନେଇଯାଇ ଚାଲିଗଲେ । ମହିଳାମାନେ ବାଇକକୁ ଧରିବା ପାଇଁ ପଛରେ ଗୋଡାଇ ଥିଲେ ସୁଦ୍ଧା ଦୁର୍ବୁତମାନେ ଫେରାର ହୋଇଯାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏ ନେଇ ରାୟଗଡ ଥାନାରେ ଅଭିଯୋଗ ପରେ କେସ ନମ୍ବର ୩୮୪/୨୦ରେ ମାମଲା ରୁଜୁ ହୋଇଥିିବା ବେଳେ ଘଟଣାର ତଦନ୍ତ ଅଧିକାରୀ ପୋଲିସ ଅଧିକାରୀ ଏସ.ଆଇ.ଶିବଶଙ୍କର ସାହୁ ତଦନ୍ତ ଆରମ୍ଭ କରିଛନ୍ତି । ହୋଟେଲ କପିଳାସ ରାସ୍ତାରେ ଥିବା ସିସିଟିଭି ଫୁଟେଜଗୁଡିକୁ ଆଧାର କରି ପୋଲିସ ତଦନ୍ତ ଚଲାଇ ଥିବା ବେଳେ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ଦୁର୍ବୁତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ରାୟଗଡ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.