ଶ୍ୟାମଳ ସୁବର୍ଣ୍ଣ ଦ୍ଵାରା ଆୟୋଜିତ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ

କଟକ: ରାଜ୍ୟର ପ୍ରଥମ ଛାତ୍ର ସମ୍ପାଦିତ ତ୍ରୟମାସିକ କୃଷି ପତ୍ରିକା “ଶ୍ୟାମଳ ସୁବର୍ଣ୍ଣ” ତରଫରୁ ଡିସେମ୍ବର ୫ ବିଶ୍ଵ ମୃତ୍ତିକା ଦିବସ ଅବସରରେ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ “ମାଟି ପାଇଁ ପଦେ” ଶୀର୍ଷକ ଓଡ଼ିଆ ପ୍ରବନ୍ଧ ଏବଂ “ସଏଲ ଦି ରୁଟ ଅଫ ଆୱାର ସଷ୍ଟେନ୍ସ” ଶୀର୍ଷକ ଇଂରାଜୀ ପ୍ରବନ୍ଧ ଅନ୍ୱେଷଣ ପ୍ରତିଯୋଗିତାରେ ବିଚାରକ ଭାବେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ସହସମ୍ପାଦିକା ରୂପାଲି ମହାପାତ୍ର, ଭୁବନାନନ୍ଦ ଅଧିକାରୀ, ପ୍ରଜ୍ଞା ପରମିତା ଆଦି ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ପ୍ରବନ୍ଧ ବିଭାଗରେ ଓୟୁଏଟି ଭୁବନେଶ୍ଵରର ସ୍ନାତକ ଛାତ୍ରୀ କ୍ରିଷ୍ଣା ଲିଂଟାସ ବେହେରା ପ୍ରଥମ, ସେଂଚୁରିଆନ ବିଶ୍ଵବିଦ୍ୟାଳୟର ଛାତ୍ରୀ କିରନପ୍ରଭା ଏବଂ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ସୁଶ୍ରୀ ଶୁଭଙ୍କରୀ ସେଠୀ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଇଂରାଜୀ ବିଭାଗରେ ଓୟୁଏଟି ଭୁବନେଶ୍ଵରର କୃଷି ଛାତ୍ରୀ ଅନନ୍ୟା ପଣ୍ଡା ପ୍ରଥମ, ଓୟୁଏଟିର ଇତିଶ୍ରୀ ଦାସ ଦ୍ଵିତୀୟ ଏବଂ ଓୟୁଏଟିର ଛାତ୍ର ସ୍ଵୟଂ ସାଫଲ୍ୟ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶ୍ୟାମଳ ସୁବର୍ଣ୍ଣ ପତ୍ରିକା ପକ୍ଷରୁ ମାନପତ୍ର ପ୍ରଦାନ କରାଯିବା ସହ ମୁଖ୍ୟ ସମ୍ପାଦକ ସ୍ତମ୍ଭକାର ଡି. ଶୁଭମ ଉଚ୍ଚ ପ୍ରସଂଶା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.