ବାମସେଫ ପକ୍ଷରୁ ବାବାସାହେବ ଡଃ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ରାୟଗଡ: ରାୟଗଡ ଜିଲ୍ଳା ବାମସେଫ ପକ୍ଷରୁ ଭାରତରତ୍ନ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡଃ.ଭୀମାରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ମାନ୍ୟବର କାଂଶିରାମଙ୍କ ମୂଳ ବାମସେଫ ଦ୍ୱାରା ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁ୍‌ଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ଏହି କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବହୁଜନ ସମାଜ ପାର୍ଟିର ଜିଲ୍ଳା ସଭାପତି ଜିତୁ ଜାକେସିକା ଓ ବରିଷ୍ଠ ଆମ୍ବେଦକାରବାଦୀ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଶିକା, ଜିଲ୍ଳା ମତ୍ସ୍ୟ ବିଭାଗ ଅଧିକାରୀ ଟାଜନ, ବାମସେଫର ରାଧାକାନ୍ତ ଛତ୍ରି, ମୁକୁନ୍ଦ ମହାନନ୍ଦିଆ, ଅଭିମନ୍ୟୁ କନ୍ଧପାଣି, ମିନାରାଓ ଉଲାକା, ଆନନ୍ଦ ବେନିଆ, ଯୁଧିଷ୍ଟର ନାୟକ, ଜନାର୍ଦ୍ଦନ ଗରଡା, ମହେନ୍ଦ୍ର ବିବାର, କର୍ଣ୍ଣ ବିଡିକା, ରାଜେଶ ଗଣ୍ଠାଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ଏବଂ ଜିଲ୍ଳାର ବରିଷ୍ଠ ଆମ୍ବେଦକରବାଦୀ ସାଥୀବୃନ୍ଦ ଉପସ୍ଥିତ ରହି ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.