ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା ସହ ନିଜସ୍ବ ସୃଷ୍ଟି ମାଧ୍ୟମରେ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କଲେ ଅନେକ ସାରସ୍ଵତ ସାଧକ

ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆସର

ବାଲେଶ୍ବର: ଗାଳ୍ପିକ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ନିଜ ସୃଷ୍ଟି ମାଧ୍ୟମରେ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରିଛନ୍ତି ଅନେକ ସାହିତ୍ୟ ସାଧକ/ସାଧିକା। ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଏନେଇ ଏକ ଭର୍ଚୁଆଲ ସାନ୍ଧ୍ୟ ଆସର ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରର ସାରସ୍ଵତ ସାଧକ ବିଶ୍ଵେଶ୍ଵର ମାଝୀଙ୍କ ଅଭିଭାଷଣ, ଅତିଥି ବିନୋଦିନୀ ଦାଶଙ୍କର ବକ୍ତବ୍ୟ ଏବଂ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲାର ସାରସ୍ଵତ ସାଧକ ତଥା ସଂଗଠକ ସୀମାଞ୍ଚଳ ପଣ୍ଡା ମନୋଜ ଦାସଙ୍କ ଉପରେ ଓ ପରିବାର ତଥା ବର୍ତ୍ତମାନ ସାହିତ୍ୟ ଉପରେ ବିଷଦ ବକ୍ତବ୍ୟ ରଖିଥିଲେ। ଏହାପରେ ସାପ୍ତାହିକ ସାନ୍ଧ୍ୟ ଆସର ଆରମ୍ଭ ହୋଇଥିଲା। ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ସମ୍ପାଦନା, ମୁଖ୍ୟ ସଂଯୋଜକ ଅଶୋକ କୁମାର ପ୍ରଧାନଙ୍କର ସଂଯୋଜନାରେ ମନୋଜ ଦାସଙ୍କ ଉପରେ ଆସରଟି ବେଶ୍ ସରସ ସୁନ୍ଦର ହୋଇଥିଲା।

ଏହି ଆସରରେ ମନୋଜ ଦାସଙ୍କ ଉପରେ ପ୍ରଣତି ମହାପାତ୍ରଙ୍କର ‘ପଦ୍ମଶ୍ରୀ ମନୋଜ’, ବିନୋଦିନୀ ଦାଶଙ୍କର ‘ଲେଖକ ଗୌରବ ପଦ୍ମବିଭୂଷଣ ଡଃ ମନୋଜ ଦାସ’,
ପ୍ରଶାନ୍ତ କୁମାର ନାୟକଙ୍କର ‘ଗାଳ୍ପିକ ମନୋଜ ଦାସ’, ତେଲେଙ୍ଗାନାର ସାରସ୍ଵତ ସାଧକ ଅରୁଣ କୁମାର ମହାପାତ୍ରଙ୍କ ‘ମନୋଜ ଦାସ ଏକ ଅବଲୋକନ’, ଦେବେନ୍ଦ୍ର କୁମାର ନାଏକଙ୍କର ‘ପଦ୍ମଶ୍ରୀ ମନୋଜ ଦାସ’,
ରଞ୍ଜନ କୁମାର ମହାନ୍ତିଙ୍କ ‘ମନେ ପଡୁଛନ୍ତି ମନୋଜ ଦାସ’, ଜୁମରନାଥ ପାତ୍ରଙ୍କ ‘ହେ ମହାନୁଭବ ମନୋଜ ଦାସ’, ପ୍ରଶାନ୍ତ କୁମାର ହୋତାଙ୍କର ‘ଗାଳ୍ପିକ ମନୋଜ ଦାସ’, ଅଶୋକ କୁମାର ପ୍ରଧାନଙ୍କ ‘ପଦ୍ମଶ୍ରୀ ମନୋଜ’, ଚୁମକୀ ଦାସଙ୍କ ‘ଗାଳ୍ପିକ ମନୋଜ ଦାସ’, ମନୋଜ କୁମାର ଦାସଙ୍କର ‘ଗାଳ୍ପିକ ମନୋଜ ଦାସ’, ଅଙ୍କିତା ପ୍ରିୟଦର୍ଶିନୀ ସାହୁଙ୍କର ‘ସାହିତ୍ୟ ପୁରୁଖା ମନୋଜ ଦାସ’, ଏବଂ ସ୍ନିଗ୍ଧା ସାମନ୍ତରାୟଙ୍କର ‘ପଦ୍ମଶ୍ରୀ ମନୋଜ ଦାସ’ ଭଳି ସୁନ୍ଦର ସୃଷ୍ଟି ମାଧ୍ୟମରେ ପଦ୍ମଶ୍ରୀ ମନୋଜ ଦାସଙ୍କୁ ଶ୍ରେଷ୍ଠ ସମ୍ମାନ ଦିଆଯାଇଥିଲା। ଶେଷରେ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ମହାପ୍ରଭୁଙ୍କ କରୁଣାଶିଷରୁ ମନୋଜ ଦାସ ଯଥାଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପରିବାର ପକ୍ଷରୁ ସହ ସମ୍ପାଦକ ଓ ସମ୍ପାଦିକା ପ୍ରଣତି ମହାପାତ୍ର, ବିପିନ ବିହାରୀ ବାରିକ ନିଜ ନିଜ ଭାବ ବ୍ୟକ୍ତ କରି ଆସରକୁ ବିରାମ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.