ଲାଞ୍ଜିଗଡ଼: ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ୟୁନିଟ୍ ପକ୍ଷରୁ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ବାବା ସାହେବଙ୍କ ମହା ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି।
ପଞ୍ଚାୟତ ସଭାପତି ଘାସିରାମ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଧ୍ରୁବ କୁମାର, ଫଟୁ ମହାନନ୍ଦ, ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ। ଏଇ ଅବସରରେ ଅତିଥିମାନେ ବାବା ସାହେବଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in