ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା କୋକସରା ପଞ୍ଚାୟତ ସମିତିର ଅତିରିକ୍ତ କାର୍ଯ୍ୟାଳୟ ଓ ଡେଙ୍ଗାଗୁଡା ବିଦ୍ୟୁତ ଗ୍ରୀଡ଼

କୋକସରା: କୋକସରା ପଞ୍ଚାୟତ ସମିତିର ଅତିରିକ୍ତ କାର୍ଯ୍ୟାଳୟ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏନେଇ ଆୟୋଜିତ ଉତ୍ସବରେ ଧର୍ମଗଡ ବିଧାୟକ ମୌଷଧି ବାଗ, ବ୍ଲକ ଅଧକ୍ଷା ଶବ୍ୟାରାଣୀ ବାଗ, ବିଡ଼ିଓ ମନିଷା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।


ଧର୍ମଗଡ ବିଧାୟକ କୋକସରା ବ୍ଲକରେ ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ସଂଯୋଗୀ କରଣ ହେଉଥିବା ଇନ୍ଦ୍ରାବତୀ ବିଦ୍ୟୁତ ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ କୋକସରା ବ୍ଲକ ରେ ଆଗାମୀ ଦିନରେ ବ୍ଲକରେ ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ମେଗା ଲିଫ୍ଟ ଜଳସେଚନ ଓ ବିଜୁ ଏକ୍ସପ୍ରେସ ରାସ୍ତା ଅଞ୍ଚଳ ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ।


ଏହି ଅବସରରେ ପ୍ରଥମ ଥର ପାଇଁ ଜଣେ କିନ୍ନର କୁ ଭତା ପ୍ରଦାନ, ଇନ୍ଦିରା ଆବାସ ଯୋଜନାରେ ଶୀଘ୍ର ଘର କାର୍ଯ୍ୟ ଶେଷ କରିଥିବା ହିତାଧିକାରୀ ଙ୍କୁ ପ୍ରୋତ୍ସାହନ ରାଶି, ମନରେଗା ପାଇଁ କାର୍ଯ୍ୟ ପତ୍ର, ମାନ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ।

ଶକ୍ତି ମନ୍ତ୍ରୀ ଡେଙ୍ଗାଗୁଡା ସ୍ଥିତ ନୂତନ ବିଦ୍ୟୁତ ଗ୍ରୀଡ଼କୁ ଯିବା ସମୟରେ ଡେଙ୍ଗାଗୁଡା ମଣ୍ଡିରେ କିଛି ଚାଷି ତାଙ୍କୁ ଅଟକାଇ ମଣ୍ଡି ର ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ। ମନ୍ତ୍ରୀ ଉପ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଫୋନ କରି ତୁରନ୍ତ ଡେଙ୍ଗାଗୁଡା ମଣ୍ଡିରେ ପଡିଥିବା ଧାନ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।


ପରେ ଡେଙ୍ଗାଗୁଡା ୩୩/୧୧ ବିଦ୍ୟୁତ ଗ୍ରୀଡ଼କୁ ସ୍ଥାନୀୟ ଜନ ପ୍ରତିନିଧି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଗହଣରେ ଉଦଘାଟନ କରିବା ସହ ନୂତନ ଗ୍ରୀଡ଼ର ଶୁଭାରମ୍ଭ କରିଥିଲେ। ଏହି ଗ୍ରୀଡ଼ କାର୍ଯକ୍ଷମ ହେବା ଫଳରେ କୋକସରା ବ୍ଲକର ଉପାନ୍ତ ଅଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ପାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।

ଗ୍ରୀଡ଼ ଲୋକାର୍ପଣ ଅବସରରେ ମହିମା ସରପଞ୍ଚ ଜୟସିଂ ମାଝୀ, ଟେମରା ସରପଞ୍ଚ ଗୌରୀ ଦଳପତି, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ବିଦ୍ୟୁତ ବିଭାଗ ଏଇ ଧନଞ୍ଜୟ ରଣା, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ଦାସ, ଧର୍ମଗଡ ସହକାରୀ ଯନ୍ତ୍ରୀ ଭଗବାନ ସାହୁ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।


ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଜେଡିର ବରିଷ୍ଠ ନେତା ପର୍ଶୁରାମ ପ୍ରଧାନୀ, ବ୍ଲକ ସଭାପତି ସୁଶାନ୍ତ ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.