ବହୁ ପଦବୀ ଖାଲି ହେତୁ ପ୍ରଶାସନିକ ଅବ୍ୟବସ୍ଥା

୧୨ଟି ପଂଚାୟତକୁ ୨ ଜଣ କନିଷ୍ଠଯନ୍ତ୍ରୀ, ୪ କିରାଣୀ ଜାଗାରେ ମାତ୍ର ଜଣେ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଳକରେ ବହୁ ପ୍ରଶାସନିକ ପଦବୀ ଖାଲି ରହିଛି। ଫଳରେ ପ୍ରଶାସନିକ କାର୍ଯ୍ୟ ପରିଚାଳନାରେ ଗୁରୁତର ବିଭ୍ରାଟ ଦେଖାଦେଉଛି। ଏଥିପାଇଁ ଜନସାଧାରଣ ହଇରାଣ ହେଉଥିପା ବେଳେ ଉନ୍ନୟନ କାମରେ ସଂକଟ ଦେଖାଦେଇଛି। ଏହି ବ୍ଳକରେ ୧୨ଟି ପଂଚାୟତ ଥିବାବେଳେ ମାତ୍ର ୨ ଜଣ କନିଷ୍ଠଯନ୍ତ୍ରୀ ଅଛନ୍ତି। ୨ ଜଣ କନିଷ୍ଠଯନ୍ତ୍ରୀ ସମଗ୍ର ବ୍ଳକର ୧୨ଟି ପଂଚାୟତର କାର୍ଯକୁ ତଦାରଖ କଲେ କେତେ ସମୟ ଦେଇପାରିବେ, ତାହା ବିଚାରଯୋଗ୍ୟ। ସେଇପରି ୧୨ଟି ପଂଚାୟତ ପାଇଁ ୮ ଜଣ ପଂଚାୟତ ର୍ନିବାହୀ ଅଧିକାରୀ ଥିବାବେଳେ, ମାତ୍ର ୯ ଜଣ ଗ୍ରାମ ରୋଜଗାର ସେବକ ଅଛନ୍ତି। ସେହିପରି ବ୍ଳକରେ ୪ଟି ବରିଷ୍ଠ କିରାଣୀ ପଦବୀ ଥିବାବେଳେ ମାତ୍ର ଜଣେ ବରିଷ୍ଠ କିରାଣୀ କାର୍ଯ୍ୟରତ ଅଛନ୍ତି। ଏଥିସହିତ ଗୁରୁତ୍ୱପୂର୍ଣ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହିସାବ ରକ୍ଷକ, ପ୍ରଗତୀ ସହାୟକ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି । ଏଥର ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଥିବାରୁ ସେ ପଦବୀ ମଧ୍ୟ ଖାଲି ପଡିଛି। ସେହିପରି ବ୍ଳକର ବ୍ଳକର ଜଣେ ମାତ୍ର ଚତୁର୍ଥଶ୍ରେଣୀ କର୍ମଚାରୀ(ପିଅନ) ଅଛନ୍ତି। ଏପରି ଭାବେ ଏତେ ପଦବୀ ଖାଲି ଥିବାରୁ ବ୍ଳକ କାର୍ଯ୍ୟାଳୟ ଏକ ପ୍ରକାର ଖାଁ ଖାଁ ଲାଗୁଛି। ପୁଣି ଏଠି କାର୍ଯରତ ଅନେକ କର୍ମଚାରୀ ବ୍ଳକ ସଦରରେ ନ ରହି ନିଜ ଘରୁ ଯାତାୟତ କରୁଥିବାରୁ ଆହୁରି ସଂକଟ ଦେଖାଦେଉଛି। ପୁଣି ଏହି ବ୍ଳକରେ ସି.ଡି.ପି.ଓ. ପଦବୀ ମଧ୍ୟ ଖାଲି ରହିଛି। ଏଠିକାର ଯୋଗାଣ ନିରୀକ୍ଷକ ଦୁଇଟି ବ୍ଳକର (କର୍ଲାମୁଣ୍ଡା ଓ ମ.ରାମପୁର) ଦାୟିତ୍ୱରେ ଥିବାରୁ ସବୁବେଳେ ସମୟ ଦେଇ ପାରୁନାହାନ୍ତି। ସେଇପରି ବ୍ଳକ ଶିକ୍ଷାଧିକାରୀ ପଦବୀ ମଧ୍ୟ ଖାଲି ଥିବାବେଳେ ମ.ରାମପୁର ବି.ଇ.ଓ ଏଇ ବ୍ଳକ ଦାୟିତ୍ୱରେ ଅଛନ୍ତି। କର୍ଲାମୁଣ୍ଡା ବ୍ଳକ ପ୍ରତି ଉଚ୍ଚ କତୃପକ୍ଷଙ୍କ ହେୟ ମନୋଭାବ ନେଇ ବୁଦ୍ଧିିିଜିବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.