କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ପ୍ରହଲ୍ଲାଦ ନାୟକଙ୍କ ଶୋକସଭା

ଲାଞ୍ଜିଗଡ଼(ଦୁଃଖିଶ୍ୟାମ ନାଗ): ଗୋପୀନାଥପୁର ଗୌନ୍ତିଆ ତଥା ବିଶ୍ୱନାଥପୁରର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ନାୟକଙ୍କ ଆବର୍ତ୍ତମାନରେ କଳାହାଣ୍ଡି ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବର୍ଗତ ନାୟକଙ୍କ ସ୍ମୃତି ଚାରଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। 

ଜିଲ୍ଲା କ୍ଷେତ୍ରୀୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡେ଼ଇଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ଯୋଡାବନ୍ଦ କୁଳ ସୋଦର ଉପେନ୍ଦ୍ର ସନ୍ତୋଷ ରାୟ, ଗୋପିନାଥପୁର ପଲ୍ଲୀ ସଭାପତି ସନାତନ ପ୍ରଧାନୀ, ଚନ୍ଦନପୁର ଗଉନ୍ତିଆ କରୁଣାକର ପ୍ରଧାନୀ, ସମାଜର କାର୍ଯ୍ୟକର୍ତ୍ତାଙ୍କ ସମେତ ପଡୋଶୀ ପେଡିଗୁଡା, ରାଣୀପିଣ୍ଡା, ଗୈାଡ ଗାଁ, ଡାଙ୍ଗବାଡି ପ୍ରଭୃତିର ସମାଜଭାଇ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲ ଠାରେ ପ୍ରହଲ୍ଲାଦ ନାୟକଙ୍କ ପରଲୋକ ହୋଇଯାଇଥିଲା। ସେ ଜଣେ ସ୍ପଷ୍ଟ ବାଦୀ ଓ ସମାଜସେବୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିବାସହ ସହ ସେ କୋଲଥା ସମାଜର ଜଣେ ମାନ୍ୟଗୁଣ୍ୟ ବ୍ୟକ୍ତି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.