ସବୁବେଳେ ଚର୍ଚ୍ଚାରେ ଦଣ୍ଡପାଟର ଭାରତୀ

କୋକସରା: ସମାଜସେବୀ ଭାରତୀ ବିଶି ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନକରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି। ‌ସେ ଏହି ଅଞ୍ଚଳର କଲାର ସମ୍ପ୍ରଦାୟର ଝିଅ ଅଟନ୍ତି ଓ ତାଙ୍କୁ ଅନେକ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହ କଲାର ସମାଜ ତରଫରୁ ମଧ୍ୟ ସାଧୁବାଦ ପ୍ରଦାନ କରାଯାଇଛି।

ଭାରତୀ ସବୁବେଳେ ସମାଜସେବା କରି ଚର୍ଚ୍ଚାରେ ରୁହନ୍ତି। କୋରନା କାଳରେ ଳୋକଙ୍କୁ ସଚେତନ କରିବା ହେଉ କି ମାକ୍ସ ବାଣ୍ଟିବା ହେଉ, ଆଉ ଏବେ ବୃଦ୍ଧା ମାନଙ୍କୁ କମ୍ବଳ ବାଣ୍ଟି ଚର୍ଚ୍ଚାରେ ଅଛନ୍ତି। ସବୁବେଳେ ଳୋକଙ୍କ ସେବାରେ ସମର୍ପିତ ରହି ଆସିଛି ଓ ଆଗକୁ ମଧ୍ୟ ସେବାକାର୍ଯ୍ୟ ଚାଲୁ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କର ଏସବୁ କାର୍ଯ୍ୟଧାରାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.