ଟିଟିଲାଗଡ ବ୍ଲକ ଯୁବ ଯାଦବ ମହାସଭାର ସାଙ୍ଗଠନିକ ବୈଠକ ଓ ଆଞ୍ଚଳିକ ଯୁବ ଯାଦବ କମିଟି ଗଠିତ

ଅଦାବାହାଲ ଓ ଶୁର୍ଡା ଆଞ୍ଚଳିକ ଯୁବ ଯାଦବ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ଉତ୍ସବ

ଟିଟିଲାଗଡ଼: ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀରର ନେତୃତ୍ୱରେ ଟିଟିଲାଗଡ ବ୍ଲକ ଯୁବ ଯାଦବ ମହାସଭାର ସାଙ୍ଗଠନିକ ବୈଠକ ଓ ବିଭିନ୍ନ ଆଞ୍ଚଳିକ ଯୁବ ଯାଦବ କମିଟି ଗଠିତ ହୋଇଛି। ସଂଗଠନକୁ ସୁଦୃଢ କରିବାକୁ ହେଲେ ଯୁବକ ମାନଙ୍କ ଭାଗିଦାରୀର ଆବଶ୍ୟକ ଅଛି ଏହି ଉପଲବ୍ଧିକୁ ବିଚାର କରି ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା, ଟିଟିଲାଗଡ ବ୍ଲକର ଅଦାବାହାଲ ଓ ଶୁର୍ଡା ଆଞ୍ଚଳିକ ଯୁବ ଯାଦବ କମିଟି ଗଠନ କରାଯାଇଛି।

ମହଗା ସ୍କୁଲ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଦାବାହାଲ ଆଞ୍ଚଳିକ ଯୁବ ଯାଦବ କମିଟି ସଭାପତି ହେମସାଗର ନାଗ, ଉପ-ସଭାପତି ରାଧାକାନ୍ତ ନାଗ, ସାଧାରଣ ସଂପାଦକ ତ୍ରୀନାଥ ରତେଇ, ସଂପାଦକ କୈଲେଶ ନାଗ, କୋଷାଧ୍ୟକ୍ଷ କୁଣ୍ଡଲ ବଗର୍ତ୍ତୀ ପ୍ରମୂଖ ମନୋନୀତ ହୋଇଛନ୍ତି। ସେହିପରି ଭାବେ ଶୁର୍ଡା ଆଞ୍ଚଳିକ ଯୁବ ଯାଦବ କମିଟିର ସଭାପତି ବୃହସ୍ପତି ନାଗ, ଉପ- ସଭାପତି ତରୁଣ ନାଗ, ସାଧାରଣ ସଂପାଦକ ନରେଶ ନାଗ, ସଂପାଦକ କାଲିନ୍ଦ୍ରୀ ବଗର୍ତ୍ତୀ, କୋଷାଧ୍ୟକ୍ଷ ହିମାଂଶୁ ବଛା ପ୍ରମୁଖ ମନୋନୀତ ହୋଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀଙ୍କ ଅଧ୍ୟକ୍ଷତାରେ ମନୋନୀତ କର୍ମକର୍ତ୍ତା ମାନଙ୍କୁ ସପଥ ପାଠ କରାଯାଇଥିଲା। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଲିଗାଲ୍ ସେଲ୍ ଉତ୍କଳ ଯାଦବ ମହାସଭା ମନୋଜ ହାତୀ, ସାଧାରଣ ସଂପାଦକ ଛାତ୍ର ସଂଗଠନ ଉତ୍କଳ ଯାଦବ ମହାସଭା ଦିନେଶ କୁମାର ନାଗ, ବଲାଙ୍ଗୀର ଯୁବ ଯାଦବ ମହାସଭା ସଭାପତି ଦୀଲିପ ରାଜପଲିଆ, ଟିଟିଲାଗଡ ଟାଉନ୍ ସଭାପତି କୁନା ଭାଟି, ବଲାଙ୍ଗୀର ଯୁବ ଯାଦବ ସଂଗଠନ ଉପଦେଷ୍ଟା ଧନେଶ୍ବର ଛତର ପ୍ରମୁଖ ଉପସ୍ଥିତ ରହି ସମାଜକୁ ଆଗେଇ ନେବାକୁ ଯୁବକ ମାନଙ୍କୁ ଆହ୍ବାନ ଦେଇଥିଲେ।

ଯୁବ ଯାଦବ ହରେଶ ବଗର୍ତ୍ତୀ ମଞ୍ଚ ପରିଚାଳନା କରିଥିବାବେଳେ କିସନ ବଗର୍ତ୍ତୀ, ମୁକୁନ୍ଦ ବଗର୍ତ୍ତୀ ମୁରଲୀ ବଗର୍ତ୍ତୀ, ତଥାଗତ କଟା, କ୍ଷମସାଗର ହାତୀ, ମୁକେଶ ବଗର୍ତ୍ତୀ, ଜଗତ ବଛା, ଦେବେନ୍ଦ୍ର ବଗର୍ତ୍ତୀ, ପରାଶର ନାଗ, ସଞ୍ଜୟ ବାଗ, ଶିଶୁପାଳ ବନଛୋର, ଟିନୁ ବନଛୋର ପ୍ରମୁଖ ସହଯୋଗ କରିଥିଲେ।

ଟିଟିଲାଗଡ଼ ପ୍ରତିନିଧି ହେମସାଗର ମହାନନ୍ଦଙ୍କ ରିପୋର୍ଟ OdiaBar.in

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.