ଜେକେ କାଗଜ କଳ ପରିସରରେ ମକଡ୍ରିଲ ଅନୁଷ୍ଠିତ

ରାୟଗଡ: ରାୟଗଡ ଜିଲ୍ଳାର ଅଗ୍ରଣୀ ଶିଳ୍ପାନୁଷ୍ଠାନ ଜେକେ କାଗଜ କଳ ପରିସରରେ କ୍ଳୋରିନ ଗ୍ୟାସ ନିର୍ଗତ ହେତୁ ସମ୍ଭାବିତ ଜରୁରୀକାଳନୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଜି ସଂଧ୍ୟାରେ ଜିଲ୍ଳା କର୍ତୁପକ୍ଷଙ୍କ ଉପସ୍ଥିତିରେ ଏକ ସଂପୂର୍ଣ୍ଣ ବିକଶିତ ମକଡ୍ରିଲର ଆୟୋଜନ କରାଯାଇଥିଲା ।

ଜେକେ କାଗଜ କଳର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଉପସଭାପତି (କାର୍ମିକ) ବିଜୟ ଦ୍ୱିବେଦୀ ଆମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟାବରଣ,ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଭାଗର ମହାପ୍ରବନ୍ଧକ ସତ୍ୟଜିତ ମହାନ୍ତି ଜରୁରୀକାଳନୀ ପରିସ୍ଥିତିରେ ମୁକାବିଲା କରିବା ପାଇଁ ଥିବା ସୁବିଧାଗୁଡିକ ବିଷୟରେ ଉପସ୍ଥିତ ଟିମକୁ ଅବଗତ କରାଇଥିଲେ ।

ଏହାପରେ ଏହି ବ୍ୟବସ୍ଥାକୁ କିପରି କର୍ମଚାରୀ ନିୟନ୍ତ୍ରଣ କରିବେ ତା’ଉପରେ ଏକ ମକଡ୍ରିଲ ପ୍ରଦର୍ଶନ କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମକୁ କାରଖାନା ଓ ବାଷ୍ପିତ,ରାୟଗଡ ଡିଭିଜନର ଉପନିର୍ଦ୍ଦେଶକ ସ୍ୱରୂପ ଜେନା,ସହ ନିର୍ଦ୍ଦେଶକ ରଂଜିତ କୁମାର ନାୟକ,ସହକାରୀ ଜିଲ୍ଳାପାଳ ସୁକାନ୍ତ ପ୍ରଧାନ,ଜିଲ୍ଳା ପ୍ରକଳ୍ପ ଅଧିକାରୀ (ଓଶଡାମା)ଜ୍ୟୋର୍ତିମୟ ପାତ୍ର,ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାନ୍ସଦା,ଚାନ୍ଦିଲି ପୋଲିସ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ସମେତ ଆଖପାଖ ଅଂଚଳର ଶିଳ୍ପ ସଂସ୍ଥାର କର୍ମଚାରୀ ଓ ପାରିପାର୍ଶ୍ବିକ ଅଂଚଳର ପ୍ରତିନିଧିମାନେ ପର୍ଯ୍ୟବେକ୍ଷଣ କରିଥିଲେ ।

ଉପସ୍ଥିତ ଅଧିକାରୀ ତଥା ଜନପ୍ରତିନିଧିମାନେ ଜେକେ କାଗଜ କଳର ଜରୁରୀକାଳନୀ ପରିସ୍ଥିତିକୁ ମୁକାବିଲା କରିବାକୁ ଥିବା ଭିତିଭୂମି ଓ କାର୍ଯ୍ୟ ପଦ୍ଧତିକୁ ପ୍ରଶଂସା କରିଥିଲେ । ଶେଷରେ ଶ୍ରୀ ଦ୍ୱିବେଦୀ ସମସ୍ତ ଅଧିକାରୀ ତଥା ଆମନ୍ତ୍ରିତ ଅତିିଥିମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ଆହୁରି ଉନ୍ନତି ପାଇଁ ହେବାକୁ ଥିବା କିଛି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.