ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଠାରେ ଶୁକ୍ରବାର ଦିନ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ବ୍ଲକର ୧୨ ଗୋଟି ପଞ୍ଚାୟତ ତଥା ବନ୍ଧପାରି, ଲାଖବାହିଲି, ବିଜେପୁର, ବେନଙ୍ଗା, ଲାଞ୍ଜି, କୁମଖାଲ, ପାହାଡ଼ ପଦର, ଛତ୍ରପୁର, ବେଡାଗାଁ, ବାତେରଲିମା, ଚମ୍ପାଦେଇପୁର ଓ କମର୍ଦ୍ଧାର ବିଭିନ୍ନ ଗ୍ରାମର ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ୮୦ ଜଣ ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସୁବାଶିଷ ମହାନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ, ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ, ଅଡିଓଲୋଜିଷ୍ଟ ବାଦଲ କୁମାର ପଟ୍ଟନାୟକ, ମନୋବିଜ୍ଞାନୀ ଓ ଚୟନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ, କମ୍ପ୍ୟୁଟର ଅପରେଟର ଲକ୍ଷ୍ୟ ପତି ପୂଜାରୀ, ବନ୍ଧପାରି ପଞ୍ଚାୟତ ପିଇଓ ଅନାଦି ଜାନୀ ,ନାଏକ ସରପଞ୍ଚ କିଆ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ଶିବିରରେ ଏମଏଡି ସଦସ୍ୟ ମନୀଷ ମିଶ୍ର, ନିତ୍ୟାନନ୍ଦ ଦୋରା, ମନୀଷ ସାହୁ, ମିଲି ସାହୁ, ବାବିନା ମାଝୀ, ପ୍ରମୁଖ ସହଯୋଗ କରିଥିବାବେଳେ କରଜା, ଅପୂର୍ବ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in