ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

କଟକ: କରୋନା ମହାମାରୀର ଦିତୀୟ ଲହର ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା,ବିଶୋଧନ କାର୍ଯ୍ୟକ୍ରମ ଓ ଏହାର ପାଳନ ଉପରେ ପୂର୍ଣ୍ଣଗୁରୁତ୍ୱଦେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଖଣ୍ଡେଇତା ପଂଚାୟତ ଉପକଣ୍ଠ ଖଣ୍ଡାଏତା,ସଂଖତ୍ରାସ୍,ଅରଡ,ଧାନଘରପଡା,ନାଗବାଲି,ତେଲେଙ୍ଗାପେଣ୍ଠ ଆଦି ବହୁ ସ୍ଥାନ ଏବଂ ଆଖପାଖ ଅଂଚଳ ସମାଜସେବୀ ଅଶୋକ ସାହୁ,ରସାନନ୍ଦ ବେହେରା,ଗଗନ ମୂଳିଆ,ନିକୁଞ କିଶୋର ସାମତରାୟ,ଅକ୍ଷୟ ରାଉତରାୟ,ହେମନ୍ତ ବେହେରା,ଦେବାଷିସ୍ ପରିଡା,ଦିଲିପ୍ ସାହୁ,ସ୍ମୃତିରଞ୍ଜନ ବାବୁ, ବାବୁନା ବାବୁ ଆଦି ସ୍ୱେଚ୍ଛାସେବୀମାନେ ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରିଚାଲିଛନ୍ତି ଏବଂ ଏହି ଅଭିଯାନ ଆମଣ,ଉରାଳି ପଂଚୟତର ବିଭିନ୍ନ ଗ୍ରାମରେ କରାଯିବାର ବ୍ୟବସ୍ଥା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.