କରୋନା ଓ ଟିକାକରଣ ସଚେତନତା ସମ୍ପର୍କିତ ୱେବିନାର୍

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଯୁବ ରେଡକ୍ରସ୍ ତରଫରୁ ଏକ କରୋନା ଓ ଟିକାକରଣ ବିଷୟରେ ଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବା ଦିଗରେ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସଂଜୟ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ପରାମର୍ଶଦାତା ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ କରୋନା ଓ ଟିକାକରଣ ବିଷୟରେ ଥିବା ଭ୍ରାନ୍ତ ଧାରଣା ଉପରେ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସଂଦେହ ମୋଚନ କରାଯାଇଥିଲା। ପ୍ରଫେସର୍ ଶତପଥୀ ନିଜ ବକ୍ତବ୍ୟରେ ସଚେତନ ଓ ସତର୍କ ରହି କରୋନାକୁ ଦୂର କରିବା ଉପରେ ପରାମର୍ଶ ଦେଇଥିଲେ। ଓଡ଼ିଶା ରାଜ୍ୟ ଶାଖା ଯୁବ ରେଡକ୍ରସ୍ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଅଠରରୁ ଉର୍ଦ୍ଧ୍ବ ବୟସ୍କ ଯୁବବର୍ଗ ଟିକା ଗ୍ରହଣ ପୂର୍ବରୁ ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ପଦ୍ମଲୋଚନ ଭୁଏ କରୋନା ମହାମାରୀଠୁ ନିଜକୁ ସୁରକ୍ଷିତ ରଖିବାକୁ ଗୁରୁତ୍ୱ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର ସମସ୍ତ ଯୁବ ରେଡକ୍ରସ କର୍ମକର୍ତ୍ତା ସମଗ୍ର ଗୋଷ୍ଠୀକୁ ମହାମାରୀକୁ ଭୟ ନକରି ଏ ଦିଗରେ ସଚେତନ ହେବାକୁ ଗୁରୁତ୍ୱ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର କୋଭିଡ୍ ପରିଚଳନା ନୋଡାଲ୍ ଅଫିସର୍ ଡା. ନିହାରେନ୍ଦ୍ର ପଣ୍ଡା ଅଷ୍ଟାଗଂ ଯୋଗ ଭଳି ରୋଗ ଚିହ୍ନି ତାର ପ୍ରତିକାର କରିବା ସହିତ ସଂକ୍ରାମକ ଓ ଅଣସଂକ୍ରାମ ରୋଗ ବିଷୟରେ ବିଶ୍ଲେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ତଥା ବିଶିଷ୍ଟ କବି ଓ ଚିତ୍ରକର ଡା. ଦୀନବଂଧୁ ସାହୁ ପାୱାରପଏଣ୍ଟ ମାଧ୍ୟମରେ କୋଭିଡ-୧୯ ଓ ଟିକାକରଣ ବିଷୟରେ ଥିବା ଅନେକ ଭ୍ରାନ୍ତ ଧାରଣା ଓ ଏହାର ସତ୍ୟତା ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ପ୍ରଶ୍ନକର୍ତ୍ତାମାନଙ୍କର ଉତ୍ତର ଦେଇଥିଲେ। ଏହି ୱେବିନାରରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସ୍ବାଗତ ଅଭିଭାଷଣ, ପରାମର୍ଶଦାତା ଗୋବିନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାର ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଡ. ରାଧାରାଣୀ ନାୟକ ଏହି ୱେବିନାରକୁ ସଂଯୋଜନା କରିଥିଲେ। ଏହି ୱେବିନାରରେ ଉପକୁଳ ସଚିବ କ୍ୟାପଟେନ୍ ଜୟଦେବ ସାହୁ, ପ୍ରାଧ୍ୟାପକ ହିଂମାଶୁ ଷଡ଼ଙ୍ଗୀ ତଥା ଓଡ଼ିଶା ରାଜ୍ୟ ଯୁବ ରେଡକ୍ରସର ପ୍ରମୁଖ ବ୍ୟକ୍ତିତ୍ୱ ବି.ଗୋବିନ୍ଦ ରାଓ, ଗୋପାଳକୃଷ୍ଣ ମିଶ୍ର, ଉମାକାନ୍ତ ନାଗ, ପ୍ରବୀର ଦାଶ, ଅଶ୍ୱିନୀ ଓତା ପ୍ରମୁଖ ଯୋଗ ଦେଇଥିଲେ। ଏହି ୱେବିନାର୍ ପରିଚାଳନାରେ ପରାମର୍ଶଦାତା ମୋହନ ଚରଣ ବିଷି, ସରୋଜ କୁମାର ପଣ୍ଡା, ନୃସିଂହାନନ୍ଦ ସାସମଲ, ସୁଧୀର କୁମାର ପଣ୍ଡା, ରାଜେଶ ମୁଣ୍ଡ, ଭବାନୀ ଶଂକର ପଣ୍ଡା, ସୁବ୍ରତ କୁମାର ବେହେରା, ସଂଜୟ କୁମାର ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.