‘ବର୍ତ୍ତମାନ ସ୍ଥିତିରେ ଅଙ୍ଗନୱାଡ଼ି କର୍ମୀଙ୍କ କାମକୁ ଦେଖି କେନ୍ଦ୍ର ସରକାର ଦରମା ବଢ଼ାନ୍ତୁ’

ଭୁବନେଶ୍ୱର: ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉପଦେଷ୍ଟା ସୁଲତା ଦେଓ ଅଙ୍ଗନୱାଡ଼ି କର୍ମୀଙ୍କ ଦରମାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅଙ୍ଗନୱାଡି କର୍ମୀଙ୍କ କାମ ବଢ଼ୁଥିବା ବେଳେ ସେମାନଙ୍କ ଦରମା ସେହି ତୁଳନାରେ ବଢ଼ୁନାହିଁ। ମହାମାରୀ ବେଳେ ସେମାନେ ବଡ଼ ଭୂମିକା ନେଉଥିବାରୁ ବର୍ତ୍ତମାନ ସେମାନଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମତୀ ଦେଓ କହିଛନ୍ତି ଯେ କେନ୍ଦ୍ର ସରକାର ନିର୍ବାଚନ ଆସିଲେ ପ୍ରତିଶୃତି ଦିଅନ୍ତି, ନିର୍ବାଚନ ସରିଲେ ଭୁଲି ଯାଆନ୍ତି। ୨୦୧୪ରେ କହିଲେ ୨ କୋଟି ଚାକିରି ଓ କଳା ଧନ ଫେରାଇ ଆଣି ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧୫ ଲକ୍ଷ ଡିପୋଜିଟ୍ କରିବେ। ସେ ସବୁ ଧୂଆଁବାଣ ହୋଇଗଲା। ୨୦୧୯ରେ ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୧୫ହଜାର କରିବାକୁ କହିଲେ। ହେଲେ ନିର୍ବାଚନ ସରିବା ପରେ କାଶିଆ କିଏ ନା କପିଳା କିଏ। ସେମାନଙ୍କୁ ଇନ୍ସେନଟିଭ୍ ବି ଦେଲେନି। ବର୍ତ୍ତମାନ ସେମାନେ ଯେଉଁ ୪୫୦୦ ଟଙ୍କା ଦରମା ପାଉଛନ୍ତି, ତାହା କେନ୍ଦ୍ର-ରାଜ୍ୟ(୬୦-୪୦) ସହଭାଗିତାରେ ମିଳୁଛି। ଓଡ଼ିଶା ସରକାର ନିଜ ଆଡ଼ୁ ଆଉ ୩ ହଜାର ଦେଉଥିବା ହେତୁ ସେମାନେ ମୋଟ ୭,୫୦୦ ଟଙ୍କା ପାଇପାରୁଛନ୍ତି। ଏଣୁ ବର୍ତ୍ତମାନ ସ୍ଥିତିରେ ସେମାନଙ୍କ କାମକୁ ଦେଖି କେନ୍ଦ୍ର ସରକାର ଦରମା ବଢ଼ାନ୍ତୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.