ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତର ମଧୁପୁର ଗ୍ରାମରେ ଗତ କାଲି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ଅଞ୍ଚଳରେ ସତର୍କତା ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ପକ୍ଷରୁ ମଧୁପୁର ଗ୍ରାମର ଝାରବନ୍ଧପଡା ଓ ହରିଜନପଡାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ବସ୍ତିପଡା, ତେଲିପଡା ଓ କଲୋନୀପଡାକୁ ବଫର ଜୋନ୍ ଘୋଷଣା କରିଛନ୍ତି। ମେ ୫ ତାରିଖ ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଛି ବୋଲି ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





