କେଉଁ ଆଧାରରେ ମୂଲ୍ୟାୟନ ହେବ ମ୍ୟାଟ୍ରିକ୍ ରେଜଲ୍ଟ?

ଭୁବନେଶ୍ୱର: ମହାମାରୀ କରୋନା ଦୃଷ୍ଟିରୁ ଏପ୍ରିଲ ୨୪ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ କରିଥିଲେ ରାଜ୍ୟ ସରକାର। ପରୀକ୍ଷା ବାତିଲ ପରେ ବିଭିନ୍ନ ମହଲରୁ ପ୍ରତିବାଦ ହୋଇଥିଲା। ମାଟ୍ରିକ ପରିକ୍ଷାର ମୂଲ୍ୟାୟନ ନେଇ ଦ୍ଵନ୍ଦ ଲାଗିରହିଥିଲା। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବିବୃତି ପରେ ସବୁ ଦ୍ବନ୍ଦର ଅବସାନ ଘଟିଛି। ମ୍ୟାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ଆଜି ବୋର୍ଡ ଅନୁମୋଦନ ଦେଇଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବ। ନବମର ୪୦%, ଦଶମର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ। ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସେହିପରି ରେଜଲ୍ଟ ପ୍ରସ୍ତୁତି ପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପଲୋଡ୍ କରିବେ। ପ୍ରତିଟି ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପଲୋଡ୍ କରାଯିବ । ମେ ୨୪ରୁ ୩୧ ତାରିଖ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ଅପଲୋଡ୍ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.