କୋଭିଡ ନିୟମର ଖୋଲା ଉଲଂଘନ: ସହରରେ ଲାଗି ରହୁଛି ଭିଡ଼, ବଢୁଛି ଅମାନିଆଙ୍କ ଉତ୍ପାତ

ହଜାର ହଜାର ସଂଖ୍ୟାରେ କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ହାତଗଣତି ପୋଲିସ ହୋଇପଡିଛି ନିରୁପାୟ

କୋରାପୁଟ: ମହାମାରୀ କରୋନାର କରାଳ ଛାୟା ସାରା ଦେଶରେ ଛାଇଯାଇଛି। ଓଡ଼ିଶାରେ କରୋନାର ଦ୍ବିତୀୟ ଲହର ତା’ର ପ୍ରକୋପ ଦେଖାଇ ଚାଲିଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସାରା ମେ ୫ ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଜାରି ହୋଇଛି। ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କତା ଓ ସଚେତନମୂଳକ ପନ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଅମାନିଆଙ୍କ ପାଇଁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି।କରୋନାକୁ ପ୍ରତିହତ କରିବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାରେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟପିନାହିଁ। କିନ୍ତୁ, କୋରାପୁଟ ଜିଲ୍ଲାର ସହର ଗୁଡିକର ଦୋକାନ ବଜାରରେ ପ୍ରତିଦିନ ଦେଖାଯାଉଥିବା ଅସମ୍ଭାଳ ଗହଳିକୁ ଦେଖିଲେ ଜିଲ୍ଲାର ସ୍ଥିତି ଏପରି ଆଉ କେତେଦିନ ରହିପାରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନର କୋଭିଡ ନିୟମ ମୁତାବକ ଜିଲାରେ ସକାଳ ୬ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହୁଛି। ଯାହାଫଳରେ ରାସ୍ତା ଉପରେ ଏବଂ ବଜାର ଘାଟରେ ଜନସମୁଦ୍ର ଦେଖିବାକୁ ମିଳୁଛି। ଘର ପାଖରୁ ୫୦୦ ମିଟର ଦୂରତାରେ ଚାଲିଚାଲି ଅତ୍ୟାବଶ୍ୟକୀୟ ଜିନିଷ କିଣିବା ପାଇଁ ଅନୁମତି ଥିବାବେଳେ ହଜାର ହଜାର ଗାଡି ମଟର କୋରାପୁଟର ଗଳିକନ୍ଦିରେ ଚଳ ପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା। ମୁଖ୍ୟ ସଡ଼କରେ ଗାଡିମଟର ଜାମ ହେବାଫଳରେ ପଦଯାତ୍ରୀଙ୍କ ଯିବା ଆସିବାରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ହଜାର ହଜାର ସଂଖ୍ୟାରେ କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ହାତଗଣତି ପୋଲିସ ଏକ ପ୍ରକାର ନିରୁପାୟ ହୋଇପଡିଥିବା ଦେଖାଯାଇଥିଲା। ତେବେ କୋଭିଡ଼ର ନିୟମକୁ ବେଖାତିର କରୁଥିବା ଜନତାଙ୍କ ଏପରି ବେପରୁଆ ମନୋଭାବ ଜିଲ୍ଲାରେ କୋଭିଡ଼ର ସ୍ଥିତିକୁ କେଉଁ ମୋଡ ଦେବ ତାହା କେବଳ ସମୟ ହିଁ କହିପାରିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.